ଡିଓଜିନସ ଓ ସିକନ୍ଦର

କଥାଟିଏ-ଯାଯାବର

ସିକନ୍ଦର ଦିଗ୍‌ବିଜୟ କରିବା ଲାଗି ବାହାରିଥିଲେ। ତାଙ୍କ ସହିତ ଥିଲେ ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର। କୋଳାହଳରେ ସ୍ଥାନ ଫାଟି ପଡୁଥାଏ। ପଟୁଆର ଗଲା ଦାର୍ଶନିକ ଡିଓଜିନସଙ୍କ ଘର ଦେଇ।
ଡିଓଜିନସଙ୍କ ଘର ବୋଲି କିଛି ନ ଥାଏ। ନଦୀ କୂଳରେ ଗୋଟିଏ ପରିତ୍ୟକ୍ତ ପି˚ପା ଭିତରେ ସେ ଆଉ ଗୋଟିଏ କୁକୁର ଏକତ୍ର ରହୁଥାଆନ୍ତି। ତାଙ୍କୁ ଲୋକେ ଡାକୁଥାଆନ୍ତି ଭିକାରି।
ସୈନିକମାନଙ୍କ କୋଳାହଳ ଶୁଣି ଡିଓଜିନସଙ୍କ ନିଦ ଭାଙ୍ଗିଗଲା। ସେ ମୁଣ୍ତ ଉଠାଇ ଦେଖନ୍ତି ତ ସିକନ୍ଦରଙ୍କ ବାହିନୀ ଚାଲିଛନ୍ତି। ଡିଓଜିନସ ହଠାତ୍‌ ଉଠି ପଡ଼ି ସୈନିକମାନଙ୍କ ଆଡ଼କୁ ଦୌଡ଼ିଲେ ଏବ˚ କହିଲେ- ରହ। ସିକନ୍ଦରଙ୍କୁ ମୋର କିଛି ଦେବାର ଅଛି। ଏହା କହି ଗୋଟିଏ ମୁଦ୍ରା ସେ ସିକନ୍ଦରଙ୍କୁ ଧରାଇ ଦେଲେ।
ସିକନ୍ଦର ବିସ୍ମିତ ହୋଇ ପଚାରିଲେ- ଏହା କୋଉଥି ପାଇଁ?
ଡିଓଜିନସ କହିଲେ- ଜଣେ ଧନିକ ମୋତେ ଭିକାରି ବୋଲି ତାଚ୍ଛଲ୍ୟ କରି ଏହି ମୁଦ୍ରାଟି ଫୋପାଡ଼ିଥିଲେ। ମୁଁ ସେଇ ଦିନ ଭାବିଥିଲି ମୋ ଠାରୁ ଆଉ ଜଣେ ବଡ଼ ଭିକାରି ଦେଖିଲେ ମୁଁ ଏହା ତାଙ୍କୁ ଉପହାର ସ୍ବରୂପ ଦେବି। ଏବେ ତୁମକୁ ପାଇଗଲି।
ସିକନ୍ଦର କହିଲେ- ଜାଣିଛ ତ, ମୁଁ ସମ୍ରାଟ ସିକନ୍ଦର।
ଡିଓଜିନସ କହିଲେ- ମୋର କିଛି ନାହିଁ। ତେଣୁ ମୁଁ ଭିକାରି ହେବାକୁ ବାଧୢ। ଆପଣଙ୍କର ଏତେ ସବୁ ଥିବା ସତ୍ତ୍ବେ ଆହୁରି ପାଇବା ପାଇଁ ଯେଉଁ ଭୋକ, ତାହା କୋଉଥି ପାଇଁ? ତୁମେ ମୋ ଠାରୁ ବଡ଼ ଭିକାରି ନୁହେଁ କି?

ସମ୍ବନ୍ଧିତ ଖବର