ଗୋଟିଏ ଜଙ୍ଗଲରେ ରହୁଥିଲେ ହରିଣ ଦଂପତି। ସେମାନେ ପରସ୍ପରକୁ ଅତ୍ୟନ୍ତ ଭଲ ପାଉଥିଲେ। ଥରେ ସେଇ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ହରିଣ ଓ ହରିଣୀ ଦୁଇ ଜଣ ଶୋଷରେ ଆଉଟୁପାଉଟୁ ହେଲେ। ଟୋପାଏ ପାଣି ନ ପାଇଲେ ଗୋଟିଏ ପାଦ ବି ଆଗକୁ ପକାଇବା କଷ୍ଟକର ହୋଇପଡ଼ିଲା। ଏଇ ସମୟରେ ଜଣେ ଯକ୍ଷ ଦୁହିଁଙ୍କ ଭିତରେ ପ୍ରେମ କେତେ ତା’ର ପରୀକ୍ଷା ନେବାକୁ ସ୍ଥିର କଲେ। ସେ ଉଭୟଙ୍କ ଆଗରେ ଜଣେ ବୃଦ୍ଧ ବେଶରେ ଉଭା ହୋଇ ପଚାରିଲେ- ତୁମେମାନେ ଘୋର ତୃଷାର୍ତ୍ତ କି?
ସେମାନେ ଅତି ଆକୁଳ ଭାବେ ହଁ ଭରିଲେ। ସେଇଠୁ ସେ ଗୋଟିଏ ପାତ୍ରରେ କିଛି ପାଣି ସେମାନଙ୍କ ଆଗରେ ଟେକି ଧରିଲେ ଓ କହିଲେ- ଏଇ ପାତ୍ରରେ ଯେତିକି ପାଣି ଅଛି ତାକୁ ପିଇଲେ ଜଣଙ୍କର ଶୋଷ ସଂପୂର୍ଣ୍ଣ ମେଣ୍ଟିବ। ତୁମେ ସ୍ଥିର କର ତୁମ ଭିତରୁ କିଏ ଏ ପାଣି ତକ ପିଇବ?
ହରିଣ ଏବ˚ ହରିଣୀ ଉଭୟେ ପରସ୍ପରକୁ ଏଭଳି ଭଲ ପାଉଥିଲେ ଯେ ସେମାନେ ଜଣେ ଅପରକୁ ପାଣି ପିଇବାକୁ ଅନୁରୋଧ କରି କରି କେହି ପାଣି ପିଇଲେ ନାହିଁ ଏବ˚ ଶେଷରେ ମରି ଶୋଇଲେ। ଯକ୍ଷ ଚମତ୍କୃତ ହେଲେ। ସେ ଯକ୍ଷିଣୀଙ୍କୁ କହିଲେ- ଦେଖ, ଏମାନଙ୍କ ପ୍ରେମର ପଟାନ୍ତର ନାହିଁ।
ଏହା ଶୁଣି ଯକ୍ଷିଣୀ ହସିଲେ ଓ କହିଲେ- ଏହା କି ପ୍ରକାର ପ୍ରେମ? ଯଦି ହରିଣ ଓ ହରିଣୀ ଉଭୟେ ଅଧା ଅଧା ପାଣି ପିଇ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇ ରଖିଥାଆନ୍ତେ ଓ ଆଗକୁ କଠିନ ବିପଦରୁ ବାହାରି ପାରିଥାଆନ୍ତେ, ତେବେ ସିନା ମୁଁ ମାନିଥାଆନ୍ତି। ଏମାନେ ତ ଅନ୍ଧ ଭଳି କାମ କଲେ!
ତୃଷାର୍ତ୍ତ ହରିଣ ଦଂପତି
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)