ସୁଖୀ ଦଂପତି

କଥାଟିଏ-ଯାଯାବର

ପତି ଓ ପତ୍ନୀ ପରସ୍ପରକୁ ବେଶ୍‌ ଶ୍ରଦ୍ଧା-ସ୍ନେହ-ଆଦର କରୁଥିଲେ। କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ସାମାନ୍ୟତମ ଅଶାନ୍ତି ବା ତିକ୍ତତା ନ ଥିଲା। ଦାମ୍ପତ୍ୟ ଜୀବନ ସୁଖରେ ବିତୁଥିଲା। ଦିନେ ସେମାନଙ୍କ ବୈବାହିକ ଜୀବନରେ ଝଡ଼ ଆସିଲା। ପତ୍ନୀ ଅଜଣା ବ୍ୟାଧିରେ ପୀଡ଼ିତା ହୋଇ, କ୍ରମଶଃ ନିଜର ପୂର୍ବ ଚମକ ହରାଇଚାଲିଲେ। ତାଙ୍କର ମାନସିକ ଅଶାନ୍ତି ବଢ଼ିଚାଲିଲା। ତାଙ୍କୁ ନିଜ ବାବଦରେ ଆଉ କିଛି ବି ଭଲ ଲାଗିଲାନାହିଁ। ବୈବାହିକ ଜୀବନ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଅଶାନ୍ତ ବୋଧହେଲା। କିଛି ଦିନ ପରେ ଏକ ଦୁର୍ଘଟନାରେ ପତିଙ୍କ ଦୃଷ୍ଟି ଶକ୍ତି ଚାଲିଗଲା। ସେ ସ˚ପୂର୍ଣ୍ଣ ଭାବେ ପତ୍ନୀଙ୍କ ଉପରେ ନିର୍ଭର କଲେ। ସମୟ ଗଡ଼ିଚାଲିଲା। କିଛି ବର୍ଷ ପରେ ପତ୍ନୀଙ୍କର ଦେହାନ୍ତ ହେଲା। ବନ୍ଧୁ-ବାନ୍ଧବ ଆସି, ସଂପୃକ୍ତ ପତିଙ୍କୁ ସମବେଦନା ଜଣାଇଲେ। ଜଣେ ସମବୟସ୍କ ବନ୍ଧୁ ଏକାନ୍ତରେ ପଚାରିଲେ- ତୁମେ ଦୃଷ୍ଟି ଶକ୍ତି ହରାଇଛ। ତୁମର ଆଶା-ବାଡ଼ି ଚାଲିଗଲେ। ଏବେ ଏକଲା ଚଳିବ କେମିତି? କାହାର ସାହାଯ୍ୟ ନେବ?

ପତି ଜଣାଇଲେ, ସେ ଆଦୌ ଦୃଷ୍ଟି ଶକ୍ତି ହରାଇନାହାନ୍ତି। କେବଳ ପତ୍ନୀଙ୍କୁ ଆନନ୍ଦିତ ଦେଖିବା ପାଇଁ ଅଭିନୟ କରୁଥିଲେ। ଅଜଣା ବ୍ୟାଧି ପ୍ରପୀଡ଼ିତା ପତ୍ନୀ ନିଜର ପୂର୍ବ ଚମକ ଏତେ ପରିମାଣରେ ହରାଇଥିଲେ ଯେ, ତାହା ପତିଙ୍କ ଦୃଷ୍ଟିରେ ପଡ଼ୁଥିଲେ, ସେ ଆହୁରି ଦୁଃଖୀ ହୋଇଥାଆନ୍ତେ। ଆଉ ତାଙ୍କୁ ଦୁଃଖୀ ନ ଦେଖିବା ଲାଗି ସେ କେବଳ ଦୃଷ୍ଟିହୀନର ଅଭିନୟ ମାତ୍ର କରୁଥିଲେ। ଏହା ହିଁ ଦୁହିଁଙ୍କୁ ଆଜୀବନ ଏକତ୍ର ଓ ସୁଖୀ ରଖିଥିଲା।

ସମ୍ବନ୍ଧିତ ଖବର