ଏକ ବିଚାର

କଥାଟିଏ-ଯାଯାବର

ଓଶୋ ରଜନୀଶଙ୍କୁ ଜଣେ ବ୍ୟକ୍ତି ପ୍ରଶ୍ନ କଲେ ଗୌତମ ବୁଦ୍ଧ ବା ମହାବୀର ‌େଜୖନ ବା ଯୀଶୁ ଖ୍ରୀଷ୍ଟ; ସେମାନଙ୍କ ପରେ ପ୍ରାୟ ଦୁଇ ହଜାର ବର୍ଷ ବିତି ଯାଇଥିବା ସତ୍ତ୍ବେ ସେମାନଙ୍କ ଭଳି ଅଦ୍ବିତୀୟ ବ୍ୟକ୍ତିତ୍ବମାନଙ୍କ ଆତ୍ମପ୍ରକାଶ ଘଟିନାହିଁ। କୌଣସି ଦ୍ବିତୀୟ ବୁଦ୍ଧ ବା ମହାବୀର ବା ଯୀଶୁ ସମ୍ଭବ ହୋଇ ନାହାନ୍ତି କାହିଁକି?
ଉତ୍ତରରେ ଓଶୋ କହିଥିଲେ- ଏହି ସବୁ ବ୍ୟକ୍ତିତ୍ବମାନେ ଥିଲେ ଅପାର ଭାବେ ସରଳ। କିନ୍ତୁ ଏମାନଙ୍କ ଅନୁଗମନ କରି ଚାଲିଥିବା ଲୋକେ ନିଜ ନିଜ ଚରିତ୍ରକୁ ଜଟିଳ କରି ପକାଇଲେ।

ପ୍ରଶ୍ନକର୍ତ୍ତା ପଚାରିଲେ- ତାହା କିଭଳି?
ଓଶୋ ଉତ୍ତର ଦେଲେ- ଧରି ନିଅନ୍ତୁ ଏହି ଯୁବଗୁରୁମାନଙ୍କ ବାଣୀ ଦ୍ବାରା ପ୍ରଭାବିତ ହୋଇ ଜଣେ ଅହଂକାରମୁକ୍ତ ହେବାକୁ ଇଚ୍ଛା କଲେ ବା ଲୋଭ ଅଥବା ଈର୍ଷାରୁ ନିବୃତ୍ତ ରହିବାକୁ ଚାହିଁଲେ। ତାହା ସେ ସଚେତନ ଭାବେ ତାହା କରିବାକୁ ଲାଗିଲେ। କିନ୍ତୁ ଏଣେ ପ୍ରକୃତିଗତ ଭାବେ ଲୋଭ ବା ଈର୍ଷା ବା ଅହଂକାର ତାଙ୍କ ଠାରେ ରହିଲା। ସୁତରାଂ, ଏଭଳି ଦୁଇ ବିଭାବର ସଂଘର୍ଷ ସେମାନଙ୍କୁ ଜଟିଳ କରି ପକାଇଲା। କିନ୍ତୁ ବୁଦ୍ଧ ବା ମହାବୀର ବା ଯୀଶୁ ଆଜୀବନ ଥିଲେ ଶିଶୁ ଭଳି ସରଳ; ଏଭଳି ସରଳ ଯେ ଐଶ୍ବରୀୟ ଉପଲବ୍‌ଧି ସେହିମାନଙ୍କ ଭାଗ୍ୟରେ ସମ୍ଭବ ହେଲା। ଏମାନଙ୍କ ପରେ ଲକ୍ଷ ଲକ୍ଷ ସାଧୁ ଓ ସୁପୁରୁଷ ସମ୍ଭବ ହୋଇଛନ୍ତି। କିନ୍ତୁ କୌଣସି ସଂପୂର୍ଣ୍ଣ ନିରହଂକାରୀ ସାଧୁଙ୍କୁ ଦେଖିଛନ୍ତି କି? ସାଧୁମାନେ ଅତ୍ୟନ୍ତ ବିନମ୍ର ଭଳି ପ୍ରତୀତ ହୁଅନ୍ତି, କିନ୍ତୁ କେବେ ଲକ୍ଷ୍ୟ କରିଛନ୍ତି ଉପଯୁକ୍ତ ମର୍ଯ୍ୟାଦା ନ ମିଳିଲେ ସେମାନଙ୍କ ବିନମ୍ରତାର କ’ଣ ହୁଏ? ସେମାନେ ଖୁବ୍‌ ସହଜରେ କ୍ଷୁବ୍‌ଧ ହୋଇ ପାରନ୍ତି, ଯାହାର କାରଣ ହେଲା ଅହଂକାର।

ସମ୍ବନ୍ଧିତ ଖବର