ୟୁ.ଜି. କୃଷ୍ଣମୂର୍ତ୍ତିଙ୍କୁ ଥରେ ଜଣେ ଯୁବକ କହିଲେ ଯେ ଆମ ସମାଜ ଲାଗି ଧର୍ମାନ୍ଧମାନେ ହେଉଛନ୍ତି ସବୁଠାରୁ ବଡ଼ ବିପଦ। ସବୁ ଧର୍ମ ଆମକୁ ଦୟା, କ୍ଷମା ଆଦି ଶିଖାଏ। କିନ୍ତୁ ଧର୍ମାନ୍ଧ ହୋଇଗଲେ ସେଇ ସବୁ ଗୁଣକୁ ଲୋକେ ପାଶୋରି ଯାଇ ବିରୋଧୀମାନଙ୍କ ପ୍ରତି ହିଂସାଚରଣ କରନ୍ତି।
ତା’ ପରେ ଯୁବକ କହି ଚାଲିଲେ ଯେ ସେ ପ୍ରଗତିଶୀଳ, ଉଦାରତାବାଦୀ ଓ ବୈଜ୍ଞାନିକ ଚେତନାଯୁକ୍ତ।
ୟୁଜିକେ କହିଲେ- ମୁଁ ତୁମ ସହିତ ଏକମତ। କିନ୍ତୁ ମୋର ଜଣେ ଧର୍ମାନ୍ଧ ବନ୍ଧୁ ଅଛନ୍ତି, ତୁମେ ତାଙ୍କୁ ଟିକିଏ ବାଟକୁ ଆଣି ପାରିବ କି?
ଯୁବକ କହିଲେ ଯେ ସେ ଚେଷ୍ଟା କରିବେ।
ୟୁଜିକେ ତା’ ପର ଦିନ ଉଭୟଙ୍କ ମଧ୍ୟରେ ସାକ୍ଷାତର ଏକ ବ୍ୟବସ୍ଥା କଲେ। କିନ୍ତୁ ଦେଖାଗଲା ଯେ ସେମାନଙ୍କ ଭିତରେ ଆଲୋଚନା କ୍ରମେ ଉଗ୍ର ରୂପ ଧରିଲା। କିଛି ସମୟ ପରେ ନିଜ ନିଜ ମତରେ ଅଟଳ ରହି ଦୁହେଁ ଗର୍ଜନ ତର୍ଜନ କଲେ। ସେମାନେ ଆଲୋଚ୍ୟ ବିଷୟକୁ ଭୁଲିଯାଇ ପରସ୍ପରକୁ ଗାଳି ଦେବାରେ ଲାଗିଲେ।
ୟୁଜିକେ ଏେବ ଦୁହିଁଙ୍କୁ ଅଟକାଇଲେ ଏବ˚ ରାଗ ତମତମ ଉଦାରତାବାଦୀ ଯୁବକଙ୍କୁ କହିଲେ- ତୁମେ ଏବେ ଥଣ୍ତା ପଡ଼। ତୁମେ ଉଦାରଚେତା ବୋଲି କହୁଥିଲ ପରା? ଏବେ ତ ତୁମେ ନିଜ ମତବାଦକୁ ସିଦ୍ଧ କରିବା ଲାଗି ତାଙ୍କୁ ପାହାରେ ଦେବାକୁ ବସିଥିଲ! ମୂଳ କଥା ହେଲା, ତୁମେ ଉଦାରବାଦୀ କିନ୍ତୁ ଉଦାର ନୁହଁ। ତୁମେ ବି ଆଉ ଏକ ପ୍ରକାର ଅନ୍ଧ।
ଆଉ ଏକ ପ୍ରକାର ଅନ୍ଧ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)