ବିବାହ ଲାଗି ପାତ୍ରୀ ଯୋଗାଇବା ଲାଗି ଦୋକାନଟିଏ ଖୋଲିଲା। ଜଣେ ଯୁବକ ସେଠାକୁ ଗଲେ।
ସେଠି ଦୁଇଟି ଦରଜା ଥିଲା- ପ୍ରଥମଟିରେ ଲେଖାଥିଲା ଯୁବତୀ ପାତ୍ରୀ ଓ ଦ୍ବିତୀୟରେ ବୟସ୍କା ପାତ୍ରୀ। କହିବା ବାହୁଲ୍ୟ ଯେ ଯୁବକ ପ୍ରଥମ ଦରଜା ଖୋଲି ଭିତରକୁ ଗଲେ। ପୁଣି ଦୁଇଟି ଦରଜା- ସୁନ୍ଦରୀ ନା ସାଧାରଣ! ଯୁବକ ପୁଣି ପ୍ରଥମ ଦରଜା ଖୋଲି ଭିତରକୁ ଗଲେ। ପୁଣି ଦୁଇଟି ଦରଜା- କୋମଳ କଣ୍ଠୀ ନା ସାଧାରଣ ସ୍ବର। ପୁଣି ପ୍ରଥମ ଦରଜା ଖୋଲି ଯୁବକ ଭିତରକୁ ଗଲେ। ଭିତରେ ପାତ୍ରୀ ନ ଥିଲେ। ଥିଲା ପୁଣି ଦୁଇଟି ଦରଜା- ରନ୍ଧନନିପୁଣା ନା ଚଳନୀୟ! ପୁଣି ପ୍ରଥମ ଦରଜା ଖୋଲି ଭିତରକୁ ଗଲେ ଯୁବକ। ପୁଣି ଥିଲା ଦୁଇଟି ଦରଜା- ସୁଗାୟିକା ନା ସେଭଳି ଗୁଣ ବିବର୍ଜିତା! ପୁଣି ପ୍ରଥମ ଦରଜା ଖୋଲି ଭିତରକୁ ଗଲେ ଯୁବକ। ଏଥର ମଧ୍ୟ ଦୁଇଟି ଦରଜା ଅପେକ୍ଷା କରିଥିଲା-ଯୌତୁକ ଓ ବିନା ଯୌତୁକ। ପୁଣି ପ୍ରଥମ ଦରଜା ଠେଲି ଯୁବକ ଭିତରକୁ ଗଲେ।
ଏବେ ଆଗରେ ଆଉ ଦରଜା ନ ଥିଲା, ଥିଲା ଏକ ବିଶାଳ ଦର୍ପଣ। ସେଥିରେ ଲେଖାଥିଲା- ମହାନୁଭବ, ଆପଣଙ୍କ ଆଶାର ପଟାନ୍ତର ନାହିଁ। ଏବେ ସମୟ ଆସିଛି ଆପଣ ନିଜକୁ ଥରେ ଦର୍ପଣରେ ଦେଖି ନିଅନ୍ତୁ।
ପାତ୍ରୀ ଦୋକାନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)