ଶିକ୍ଷକଙ୍କୁ ଥରେ ଜଣେ ଛାତ୍ର ପ୍ରଶ୍ନ କଲା- ଆଜ୍ଞା, ମୁଁ ଭାବୁଛି ଯେ ହରିଣଙ୍କୁ ଯେଉଁ ଈଶ୍ବର ଗଢ଼ିଛନ୍ତି, ବାଘକୁ ସେହି ଈଶ୍ବର ଗଢ଼ି ନାହାନ୍ତି।
ଶିକ୍ଷକ ମହୋଦୟ ପଚାରିଲେ- ଏପରି ସନ୍ଦେହର କାରଣ?
ଛାତ୍ରଟି କହିଲା- କାରଣ ଜଣେ ଈଶ୍ବର ଯଦି ଏହି ଦୁଇ ପ୍ରାଣୀଙ୍କୁ ଗଢ଼ିଥାଆନ୍ତେ, ତେବେ ଗୋଟିଏକୁ ଖାଦକ ଏବଂ ଅନ୍ୟଟିକୁ ଖାଦ୍ୟରେ ପରିଣତ କରି ନ ଥାଆନ୍ତେ! ଯଦି ବାଘ ଏବଂ ହରିଣ ସେହି ସମାନ ଈଶ୍ବରଙ୍କ ସୃଷ୍ଟି, ତେେବ ହରିଣମାନେ କାହିଁକି ଦାଉ ସହିବେ?
ଗୁରୁ କହିଲେ- ବାବୁ, ତୁମେ ତାହା ହେଲେ ଈଶ୍ବରର ସର୍ଜନା ପଛର ମୂଳ ତତ୍ତ୍ବଟିକୁ ବୁଝି ପାରିନାହଁ। ସେ ବାଘକୁ ଅଧିକ ଅନୁଗ୍ରହ ପ୍ରଦର୍ଶନ କରି ନାହାନ୍ତି କି ହରିଣକୁ ଦୁର୍ବଳ କରି ନାହାନ୍ତି। ବାଘ ଦାଉରୁ ହରିଣର ବଂଶ ବୁଡ଼ିଯାଏ କି? ଗୋଟିଏ ଜଙ୍ଗଲରେ ଉଭୟ ବାଘ ଓ ହରିଣ ବିଚରଣ କରନ୍ତି ନାହିଁ କି?
ହଉ, ଏବେ ମୋ ଠାରୁ ଛୋଟ ଗପଟିଏ ଶୁଣ। ଥରେ ଗୋଟିଏ ଦୟାଳୁ ସିଂହ ହରିଣକୁ କହିଲା- ତୁ କାହିଁକି ତୋ ବଂଶ ପରିବାର ନେଇ ଜଙ୍ଗଲରୁ ପଳାଇ ଯାଉନାହୁଁ? ଆମ ହାତରେ ମରିବାକୁ ତୋତେ କ’ଣ ଭଲ ଲାଗୁଛି?
ହରିଣ କିନ୍ତୁ ସୃଷ୍ଟିର ରହସ୍ୟ ବୁଝିଥିଲା। ସେ କହିଲା- ମଣିମା, ଆପଣ ମହାନୁଭବ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଭଗବାନ ଆପଣଙ୍କୁ ଯେମିତି ସିଂହ ଭଳି ବଞ୍ଚିବାର ଗୁଣ ଦେଇ ଜନ୍ମ ଦେଇଛନ୍ତି, ଆମକୁ ବି ହରିଣ ଭଳି ବଞ୍ଚିବାର ଗୁଣ ଦେଇ ଏଠାକୁ ପଠାଇଛନ୍ତି। ଆମେ ଆପଣଙ୍କ ଭଳି ଦର୍ପରେ ଚାଲି ପାରିବୁ ନାହିଁ ସତ, କିନ୍ତୁ ଆମେ ଆମ ଢଙ୍ଗରେ ଜଙ୍ଗଲରେ ବିଚରଣ କରିବୁ। ଏ ଜଙ୍ଗଲରେ ଆପଣ ରହିବେ, ଆମେ ବି ରହିବୁ!
ଦୟାଳୁ ସିଂହ ଏହା ଶୁଣି କହିଲା- ସାବାସ୍।
ସିଂହ ଓ ହରିଣ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)