ଜେନ୍ ଗୁରୁ ନେନେଙ୍କୁ ପଚାରିଲେ ଜଣେ ଅନ୍ବେଷୀ- ଆଜ୍ଞା, ନିର୍ବାଣ କେମିତି ମିଳେ?
ନେନେ- ତୁୁମେ ଆଶା କରିବା ବା ଚାହିଁବା ଛାଡ଼ିଦିଅ।
ଅନ୍ବେଷୀ- ‘ହଉ’।
ଦୁଇ ଦିନ ପରେ ସେ ପୁଣି ଆସିେଲ ଓ କହିଲେ- ଆପଣ ଯେଉଁ ନ ଚାହିଁବା କଥାଟି କହିଲେ ତାହା ହାସଲ କରି ହେଉ ନାହିଁ। ତା’ର ଉପାୟ କ’ଣ?
ନେନେ କହିଲେ- ‘ନ ଚାହିଁବା’ର ଉପାୟ ଖୋଜିବା ଅର୍ଥ ପୁଣି କିଛି ‘ଚାହିଁବା’। ତେଣୁ କିଛି ଖୋଜ ନାହିଁ। ସବୁ ଖୋଜିବା, ଲୋଡ଼ିବା ବନ୍ଦ କର।
ଅନ୍ବେଷୀ ପଚାରିଲେ- ବୁଝି ପାରିଲି ନାହିଁ, ଉଦାହରଣ ଦେଇ ବୁଝାନ୍ତୁ।
ନେନେ କହିଲେ- ନଉକାଟିଏ ଅଛି। ତହିଁରେ ଆହୁଲା ଅଛି ଓ ପାଲ ବି ଅଛି। ତୁମେ ନଉକାରେ ଚଢ଼ିବା ପରେ ପ୍ରଥମେ ଆହୁଲାକୁ ଫିଙ୍ଗି ଦେଲ ଏବଂ ନଦୀର ସୁଅରେ ନଉକାକୁ ମେଲି ଦେଲ। ତୁମେ ଏଠି ପ୍ରଥମ ସ୍ତରର କାମନା ଛାଡ଼ିଲ। ତା’ ପରେ ତୁମେ ପାଲ ଲଗାଇବାକୁ ଭାବିଲ, କିନ୍ତୁ ପରେ ତାକୁ ବି ତ୍ୟାଗ କଲ। କାରଣ ତୁମେ କେବଳ ସୁଅରେ ଭାସିଯିବାକୁ ଚାହିଁଲ, ପବନର ସହାୟତାକୁ ବି ଲୋଡ଼ିଲ ନାହିଁ। ଏବେ ତୁମେ ନଦୀର କବଳିତ ହୋଇଗଲ। ତୁମ ଚାହିଁବା ବା ନ ଚାହିଁବା ମୂଲ୍ୟହୀନ ହୋଇଗଲା।
ଅନ୍ବେଷୀ କହିଲେ- କିନ୍ତୁ ଏମିତିରେ ତ କୂଳରେ ପହଞ୍ଚିବା ଅନିଶ୍ଚିତ?
ନେନେ କହିଲେ- ପୁଣି କୂଳରେ ପହଞ୍ଚିବା କଥା ଭାବିଲ? ମୁଁ କହୁଛି କେବଳ ଭାସି ଚାଲ!
ଅନ୍ବେଷୀ କହିଲେ- ଏମିତି କେତେ କାଳ ଭାସିବ? କିଛି ତ ନିର୍ଦ୍ଦିଷ୍ଟତା ଥିବ!
ନେନେ କହିଲେ- ପୁଣି ପ୍ରଶ୍ନ କଲଣି? ସବୁ ଛାଡ଼ିଦିଅ। କେବଳ ଭାସି ଚାଲ। ନିର୍ବାଣ ମିଳି ନ ପାରେ। କିନ୍ତୁ ଭାସି ଚାଲ।
ଅନ୍ବେଷୀ- ଏମିତିରେ ଲାଭ ନାହିଁ।
ନେନେ- ନାହିଁ ସତ, କିନ୍ତୁ ତାହା ହିଁ ଏକମାତ୍ର ବାଟ।
କେବଳ ଭାସି ଚାଲ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)