ଜଣେ ଅହ˚କାରୀ ରାଜା ଥିଲେ। ଥରେ ସେ ଅକାରଣରେ ଜଣେ ସାଧୁଙ୍କ ଉପରେ ରାଗିଗଲେ ଏବ˚ ତାଙ୍କୁ କାରାଗାର ଭିତରେ ପୂରାଇ ଦେଲେ। ସେଇ କାରାଗାରଟି ଥିଲା ଏକ ଅପହଞ୍ଚ ଜାଗାରେ। ସେଠି ଯିଏ ରହୁଥିଲା ତାକୁ ଜନମାନବ ଦର୍ଶନ ମିଳୁ ନଥିଲା। କେବଳ କିଛି ରକ୍ଷୀ ପ୍ରହରୀ ଭାବେ ରହିଥିଲେ। ସେଠି ରହି ଲୋକେ ହତାଶା ଓ ବିଷାଦରେ ପାଗଳ ହୋଇଯାଉଥିଲେ। ତେବେ ସାଧୁଙ୍କ ଠାରେ ବିଶେଷ କିଛି ପରିବର୍ତ୍ତନ ଦେଖାଗଲା ନାହିଁ। ସେ ସଦା ପ୍ରଫୁଲ୍ଲ ଚିତ୍ତରେ ରହିଲେ।
ଥରେ ରାଜା ସେଇ କାରାଗାରକୁ ବୁଲି ଦେଖିବାକୁ ଆସିଲେ। ସେଠାରେ ଥିବା ଅନ୍ତେବାସୀମାନେ କିଭଳି ମାନସିକ ଯାତନା ମଧୢ ଦେଇ ଯାଉଛନ୍ତି ତାହା ଦେଖି ରାଜା ଖୁସି ହେଉଥିଲେ। ଏଇ ସମୟରେ ମୁଖ୍ୟ ରକ୍ଷୀ କହିଲା- ହେଲେ ମହାରାଜ, ସାଧୁ କିନ୍ତୁ ଏଠି ଭାରି ଖୁସିରେ ଅଛନ୍ତି। ଚାଲନ୍ତୁ ଦେଖିବେ।
ରାଜା ଦେଖିବାକୁ ଗଲେ। ସାଧୁଙ୍କ ମୁହଁରେ ଆନନ୍ଦ ଭାବ ରହିଥିଲା। ରାଜା ବିସ୍ମିତ ହେଲେ। ସେ କହିଲେ- ତୁମେ ଭୁଲିଯାଉଛ ବୋଧହୁଏ ଯେ ତୁମେ ଜଣେ ବନ୍ଦୀ?
ସାଧୁ କହିଲେ- ଆପଣ ମଧ୍ୟ ଭୁଲିଯାଇଛନ୍ତି ଯେ ଆପଣମାନେ ସମସ୍ତେ କୌଣସି ନା କୌଣସି ବନ୍ଧନରେ ବନ୍ଦୀ। ଆପଣ ଅହ˚ ଓ କ୍ରୋଧ ଦ୍ବାରା ବନ୍ଦୀ, ଆପଣଙ୍କ ଏ ରକ୍ଷୀମାନେ ସେମାନଙ୍କର ବୃତ୍ତିର ଦାୟରେ ବନ୍ଦୀ, ଆପଣଙ୍କ ମହାମନ୍ତ୍ରୀ ଆନୁଗତ୍ୟରେ ବନ୍ଦୀ, ସମସ୍ତେ କୌଣସି ନା କୌଣସି ଦୁର୍ବଳତା, ଆସକ୍ତି, ଅଭ୍ୟାସ ଆଦି ଦ୍ବାରା ବନ୍ଦୀ। ରାଜା ଟିକିଏ ନିରବ ରହି ପଚାରିଲେ- ତେବେ ମୁକ୍ତ ବୋଲି କ’ଣ କେହି ନାହାନ୍ତି?
ସାଧୁ କହିଲେ- ବନ୍ଧନ ଭିତରେ ଥାଇ ବି ଯିଏ ସେଇ ସ୍ଥିତି ଦ୍ବାରା ପ୍ରଭାବିତ ନୁହେଁ, ସେ ହେଉଛି ମୁକ୍ତ। ଏବେ ଆପଣ ବିଚାର କରନ୍ତୁ।
କିଏ ମୁକ୍ତ ଓ କିଏ ବନ୍ଦୀ!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)