ଉଜବେକିସ୍ତାନର ରାଜାଙ୍କ ଦରବାରର ଜଣେ ପ୍ରଭାବଶାଳୀ ଲୋକ ଥରେ ଅଭିଯୋଗ କଲେ ଯେ ମୁଲ୍ଲା ନସିରୁଦ୍ଦିନ ତାଙ୍କ ନାମରେ ପଛରେ ଏଣୁତେଣୁ ଗପୁଛନ୍ତି ଯହିଁରେ ଏମିତି କଥା ସବୁ ଅଛି, ଯେଉଁଥିରେ ତାଙ୍କ ସମ୍ମାନହାନି ହେଉଛି। ତାଙ୍କର ଅଭିଯୋଗ ଥିଲା ଯେ ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜା ଭଲ ପାଉଥିବାରୁ ସେ ଏହାର ଫାଇଦା ନେଇ ଏଭଳି କରୁଛନ୍ତି।
ରାଜା ଏହା ଶୁଣି ମୁଲ୍ଲାଙ୍କୁ ଡାକି ପଚାରିଲେ- ତୁମ ନାମରେ ଯେଉଁ ଅଭିଯୋଗ ଆସିଛି ତାହା କ’ଣ ସତ? ତୁମେ ଅମୁକଙ୍କ ନାଁରେ ପଛରେ କହୁଛ, ଯହିଁରେ ତାଙ୍କ ମାନହାନି ହେଲା ଭଳି କଥା ଅଛି।
ନସିରୁଦ୍ଦିନ କହିଲେ- ହଜୁର, ସତ।
ରାଜା କହିଲେ- କି ଆଶ୍ଚର୍ଯ୍ୟ ତୁମେ ତାଙ୍କ ପଛରେ ଗପୁଛ କାହିଁକି? ଯାହା କହିବା କଥା ତାଙ୍କ ଆଗରେ କହୁନା?
ନସିରୁଦ୍ଦିନ କହିଲେ- ମୋତେ ବୋକା ବୋଲି ପାଇଲେ କି ହଜୁର! ସେ ଯେମିତି ଦୁର୍ଦାନ୍ତ ଲୋକ, ତା’ ଆଗରେ ସେ ସବୁ କହିଲେ ସେ ମୋର ଦାନ୍ତ ଝଡ଼ାଇ ଦେବନି?
ରାଜା କହିଲେ- ତା’ ବୋଲି ତା’ ପଛରେ କହିବ?
ନସିରୁଦ୍ଦିନ କହିଲେ- ହଜୁର, ମୁଁ ତା’ ବିଷୟରେ ଯାହା ସବୁ କହିଛି ସେଥିରେ ଟିକିଏ ମିଛ ନାହିଁ। ହେଲେ ତାକୁ ଶୁଣି ସେ ସୁଧୁରିବ କ’ଣ, ଓଲଟି ମୋତେ ଦୋଷ ଦେଉଛି। ଏଥିରୁ ତା’ର ଅହଂକାର ଦେଖନ୍ତୁ। ହଜୁର ସତ କଥା ହେଲା, ଆମ ପଛରେ ଲୋକେ ଆମ ବିଷୟରେ ଯାହା ସବୁ କହନ୍ତି, ସେ ସବୁ ପ୍ରାୟ ସତ ଥାଏ। େସତକ ବୁଝି ପାରିଲେ ଆମେମାନେ ନିଜକୁ ସୁଧାରି ପାରନ୍ତୁ। କିନ୍ତୁ ଓଲଟା ହେଉଛି। ଆମେ ଭାବୁଛୁ ଯେ ଆମେ ପୂରାପୂରି ଭଲ। ଆମ ବିଷୟରେ ଯେ କହୁଛି ସେ ହେଉଛି ପାଜି। ଆମ ପଛରେ ଯାହା କୁହାଯାଉଛି ତାହା ମିଛ!
ପଛରେ କୁହା କଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)