ଜନ୍ ଓ ରବିନ୍ ନାମକ ସ୍କଟ୍ଲାଣ୍ତର ଦୁଇ ଜଣ ଛାତ୍ର ଏକ ଘଞ୍ଚ ଜଙ୍ଗଲ ଘେରା ପାହାଡ଼ିଆ ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ବାଟ ବଣା ହୋଇଗଲେ। ଯେତେବେଳେ ସେମାନେ ଜାଣିଲେ ଯେ ବାଟବଣା ହୋଇଯାଇଛନ୍ତି, ବହୁତ ଡେରି ହୋଇଯାଇଥିଲା। ସେମାନଙ୍କ ପାଖରେ ଥିବା ଅଳ୍ପ ଖାଦ୍ୟ ଓ ପାଣି ବି ସରିଯାଇଥିଲା। ସ୍କଟ୍ଲାଣ୍ତର ‘ହାଇଲାଣ୍ତ’ ଜଙ୍ଗଲ ଭିତରେ ଯେ ହଜିଛି ସେ ଯେ ଜୀବନମରଣ ସମସ୍ୟା ଭିତରେ ଫସିଛି, ଏ କଥା ସେମାନେ ଜାଣିଥିଲେ। ତେଣୁ ସେମାନେ ହତାଶ ହୋଇଗଲେ।
ଜଙ୍ଗଲ ଭିତରେ ତିନି ଦିନ ତିନି ରାତି ବିତିଗଲା। ଜନ୍ ଓ ରବିନ୍ ସ˚ପୂର୍ଣ୍ଣ ହତୋତ୍ସାହିତ ହୋଇଗଲେ। ତେବେ, ଦୁହେଁ ଈଶ୍ବର ବିଶ୍ବାସୀ ଥିବାରୁ ସେମାନେ ଅବିରତ ଭାବେ ଭଗବାନଙ୍କୁ ଡାକି ଚାଲିଥିଲେ। ସେମାନେ ଭାବୁଥିଲେ- ଈଶ୍ବର କିଛି ନା କିଛି ବାଟ ଦେଖାଇବେ। ଏଇ ସମୟରେ ଘଟିଲା ଆଉ ଏକ ଅଘଟଣ। ରବିନ୍ ଏକ ଉଚ୍ଚ ଜାଗାରୁ ଖସି ପଡ଼ିବାରୁ ତା’ର ଗୋଡ଼ ଭାଙ୍ଗିଗଲା ଓ ସେ ଅଚଳ ହୋଇଗଲା। ଏବେ ରବିନ କହିଲା- ଆମର ମୃତ୍ୟୁ ସୁନିଶ୍ଚିତ। ଆଉ ଚେଷ୍ଟା କରି ଲାଭ ନାହିଁ।
କିନ୍ତୁ ଜନ୍ କହିଲା- ସେମିତି କୁହନାହିଁ। ଈଶ୍ବରଙ୍କ ଉପରେ ଭରସା ରଖ ଓ ଏଠାରେ ଅପେକ୍ଷା କର। ମୁଁ ଆଗକୁ ଯାଉଛି।
ଏହା ପରେ ଆଖି ପିଛୁଳାକେ ଜନ୍ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା। ଦେଢ଼ ଦିନ ପରେ କିଛି ଲୋକଙ୍କ ସହିତ ସତକୁ ସତ ଜନ୍ ଫେରିଲା ଓ ମୃତପ୍ରାୟ ରବିନ୍କୁ ରକ୍ଷା କଲା।
ଭଲ ହେବା ପରେ ରବିନ୍ ପଚାରିଲା- ଜନ୍, ତୁମେ ଶେଷ ପର୍ଯ୍ୟନ୍ତ ଈଶ୍ବରଙ୍କ ଉପରେ ବିଶ୍ବାସ ରଖିପାରିଲ କେମିତି? ଜନ୍ କହିଲା- ବନ୍ଧୁ, ଈଶ୍ବରଙ୍କ ଉପରେ ମୋ ଆସ୍ଥା ନେଇ ମୋର ଦୃଢ଼ ବିଶ୍ବାସ ଥିଲା। ଏହି ଆତ୍ମ ବିଶ୍ବାସ ମୋତେ ହାର ମାନିବାକୁ ଦେଲା ନାହିଁ।
ଆତ୍ମ ବିଶ୍ବାସର କାହାଣୀ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)