ମୁଲ୍ଲା ନସିରୁଦ୍ଦିନ ଦିନେ ଜଣେ ମନୋଚିକିତ୍ସକଙ୍କ ନିକଟରେ ପହଞ୍ଚିଲେ। ସେ ତାଙ୍କୁ କହିଲେ ଯେ ତାଙ୍କ ପତ୍ନୀ ପାଗଳ ହୋଇ ଯାଇଛନ୍ତି। ତାଙ୍କର ଚିକିତ୍ସା ଲୋଡ଼ା।
ମନୋଚିକିତ୍ସକ ପଚାରିଲେ- ତାଙ୍କର କ’ଣ ହୋଇଛି କୁହନ୍ତୁ।
ମୁଲ୍ଲା କହିଲେ- ଆଜ୍ଞା ଆମ ଘରେ ଚାରିଟି ପ୍ଲାଷ୍ଟିକ ଖେଳଣା ବତକ ଅଛନ୍ତି। ସେ ଏକ ବାଳ୍‌ଟିରେ ପାଣି ଭରି ସେମାନଙ୍କୁ ନେଇ ଦିନ ତମାମ ପହଁରାଉଛି। ମୁଁ ଯେତେ ଆକଟ କଲେ ବି ଶୁଣୁ ନାହିଁ।
ମନୋଚିକିତ୍ସକ କହିଲେ- ସେ ଯଦି ଦିନ ତମାମ ‌େସଥିରେ ଲାଗିଛନ୍ତି, ତାହା ହେଲେ ଆପଣଙ୍କ ଘର ପରିବାର କେମିତି ଚଳୁଛି?
ମୁଲ୍ଲା କହିଲେ- ସେଇ କଥା ତ! ‌େରାଷେଇବାସ ଓ ପିଲାଙ୍କ ଯତ୍ନ ସବୁ କିଛି ମୋତେ ନେବାକୁ ପଡୁଛି। କାମଧନ୍ଦାରେ ବାହାରକୁ ଯିବାକୁ ପଡୁଛି। ସେତକ ବି ସହି ଯାଆନ୍ତି, କିନ୍ତୁ ରାତି ଅନିଦ୍ରା ହେବାଟା ବହୁତ ବାଧି ଯାଉଛି।
ମନୋଚିକିତ୍ସକ କହିଲେ- ରାତି କାହିଁକି ଅନିଦ୍ରା ରହୁଛନ୍ତି? ତା’ ମାନେ ସେ କ’ଣ ରାତିରେ ବି ବତକ ପହଁରାଉଛନ୍ତି?
ମୁଲ୍ଲା ଆଖି ତରାଟି କହିଲେ- ଆଜ୍ଞା, ଶୁଭ ଶୁଭ କହନ୍ତୁ। ସେଇ ସମୟ ତକ ସେ ବତକ ପହଁରାଇଲେ ମୁଁ ବି ପାଗଳ ହୋଇ ଯାଆନ୍ତି। ସେହି ସମୟରେ ସେ ଶୋଇବାକୁ ଯାଉଛି। ସତ କଥା କହିଲେ ସେଇ ସମୟ ତକ ମୋତେ ମିଳୁଛି ବତକ ପହଁରାଇବା ପାଇଁ। ତେଣୁ ମୁଁ ବାଧ୍ୟ ହୋଇ ରାତି ଅନିଦ୍ରା ହୋଇ ବତକ ପହଁରାଉଛି।