ରାକ୍ଷସ ଦଂପତିଙ୍କ କଥା

କଥାଟିଏ-ଯାଯାବର

ଗୋଟିଏ ଜଙ୍ଗଲରେ ରହୁଥିଲେ ରାକ୍ଷସ ଦ˚ପତି। କିନ୍ତୁ ସେମାନେ ଥିଲେ ଦେବଗୁଣ ସଂପନ୍ନ। ସେ ଅଞ୍ଚଳର ଲୋକମାନଙ୍କୁ ସେମାନେ ଏତେ ପ୍ରକାରେ ସାହାଯ୍ୟ କରୁଥିଲେ ଯେ ଲୋକେ ସେମାନଙ୍କ ନିକଟରେ ସର୍ବଦା କୃତଜ୍ଞ ଥିଲେ। ଜଙ୍ଗଲରେ ଆଶ୍ରମ କରି ରହୁଥିବା ଜଣେ ସିଦ୍ଧ ସନ୍ନ୍ୟାସୀ ଥିଲେ ରାକ୍ଷସ ଦଂପତିଙ୍କ ଗୁରୁ।
ଦିନେ ରାକ୍ଷସ ଦ˚ପତିଙ୍କ ପୁତ୍ର ସନ୍ତାନଟିଏ ଜନ୍ମ ହେଲା। କିନ୍ତୁ ସେଇ ପୁୁତ୍ରକୁ ଦେଖିବା ମାତ୍ରକେ ସନ୍ନ୍ୟାସୀ ଭବିଷ୍ୟତ୍‌ବାଣୀ କଲେ ଯେ ରାକ୍ଷସ ପୁତ୍ରଟି ସବୁ ପ୍ରକାର ରାକ୍ଷସ ଗୁଣରେ ଭରପୂର ହେବ। ପୁଣି ସେ ହେବ ନିଜ ପିତାମାତାଙ୍କ ହତ୍ୟାକାରୀ। ଗୁରୁ ସେମାନଙ୍କୁ ପରାମର୍ଶ ଦେଇ କହିଲେ ଯେ ସେମାନେ ପୁତ୍ର ମୋହରୁ ଦୂରେଇବା ଉଚିତ। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତାହା ଯୁକ୍ତିଯୁକ୍ତ ହେବ। ଏହା ଶୁଣି ରାକ୍ଷସ ଦ˚ପତିଙ୍କ ମନ ଦୁଃଖରେ ଭରିଗଲା।
କିଛି ଦିନ ପରେ ଜଙ୍ଗଲରେ ରାକ୍ଷସ ଦ˚ପତିଙ୍କୁୁ ଦେଖିବାକୁ ମିଳିଲା ନାହିଁ। ଲୋକେ ବ୍ୟସ୍ତ ହୋଇ ଯେତେ ଖୋଜିଲେ ବି ସଫଳ ହେଲେ ନାହିଁ। ଯୁଗ ଯୁଗ ଧରି ସେଠାରେ ରହିଥିବା ରାକ୍ଷସ ଦ˚ପତି ଗଲେ କୁଆଡ଼େ? ସେମାନେ ସନ୍ନ୍ୟାସୀଙ୍କ ନିକଟକୁ ଯାଇ ରାକ୍ଷସ ଦଂପତିଙ୍କ ଅନ୍ତର୍ଧାନର ରହସ୍ୟ ବିଷୟରେ ପଚାରିଲେ।
ଗୁରୁ କହିଲେ- ସେ ଆମକୁ ସବୁ ଦିନ ଲାଗି ଛାଡ଼ି ଚାଲିଗଲେ।
ଲୋକେ କହିଲେ- ଏହା କେମିତି ସମ୍ଭବ? ସେ ଦୁହେଁ ଆମକୁ ଏତେ ଭଲ ପାଉଥିଲେ, ଏ ଜଙ୍ଗଲରେ ଯୁଗଯୁଗ ଧରି ରହି ଆସିଥିଲେ। ଆପଣଙ୍କ ଭଳି ଗୁରୁ ପାଇଥିଲେ। ସବୁ କିଛି ଛାଡ଼ି ଦେଇ ସେମାନେ ଚାଲିଗଲେ କେମିତି?
ଗୁରୁ କହିଲେ- ଅପତ୍ୟ ସ୍ନେହ। ଅପତ୍ୟ ସ୍ନେହ ହେଉଛି ଅନ୍ଧ। ସେମାନେ ପୁତ୍ରକୁ ଛାଡ଼ି ପାରିଲେ ନାହିଁ। ତେଣୁ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ।

ସମ୍ବନ୍ଧିତ ଖବର