ଜଣେ ସନ୍ନ୍ୟାସୀଙ୍କୁ ଯୁବକଟିଏ ପଚାରିଲା- ମହାଭାଗ, କ’ଣ କଲେ ଈଶ୍ବରଙ୍କ ସାନ୍ନିଧ୍ୟ ଲାଭ କରି ପାରିବି?
ସନ୍ନ୍ୟାସୀ କହିଲେ- ତୁମେ ମଲା ଲୋକଙ୍କ ଭଳି ହେଲେ ତାହା ସମ୍ଭବ।
ଯୁବକ କିଛି ବୁଝିପାରିଲା ନାହିଁ। ସନ୍ନ୍ୟାସୀ କହିଲେ- ତେବେ ତୁମେ ଗୋଟିଏ କାମ କର। ତୁମ ଗାଁ ପାଖ ମଶାଣିକୁ ଯାଅ। ସେଠି ଯେ କୌଣସି ବ୍ୟକ୍ତିଙ୍କ ସମାଧି ପାଖରେ ତାଙ୍କୁ ଗାଳି ଫଜିତ କରି ଆସ।
ଯୁବକ ତାହା କରି ଫେରି ଆସିଲା। ଏବେ ସନ୍ନ୍ୟାସୀ କହିଲେ- ତୁମେ ଯେତେବେଳେ ଗାଳି ଗଲ, ସେତିକି ବେଳେ କିଛି ହେଲା କି?
ଯୁବକ କହିଲା- ନା, ଆଜ୍ଞା, ସମାଧି ଯେମିତି ସେମିତି ରହିଲା। କିଛି ହଲଚଲ ନାହିଁ।
ସନ୍ନ୍ୟାସୀ କହିଲେ- ଏବେ ଯାଇ ସାମଧି ପାଖରେ ତାଙ୍କୁ ଉଚ୍ଚ ପ୍ରଶ˚ସା କରି ଆସ।
ଯୁବକ ତାହା କଲା। ଫେରି ଆସି ସେ ସେହି ସମାନ କଥା ସନ୍ନ୍ୟାସୀଙ୍କୁ କହିଲା। ଏହା ସହିତ ସେ ଯୋଡ଼ିଲା ଯେ ପିଲା ଦିନରୁ ସେଇ ସମାଧିକୁ ଦେଖି ଆସୁଛି। ତାହା ତ ପଥର। ହଲଚଲ ହେବ କେମିତି?
ସନ୍ନ୍ୟାସୀ କହିଲେ- ସେଇ ସମାଧି ପଥର ତଳେ ଏକଦା ଜଣେ ବ୍ୟକ୍ତିଙ୍କ ଦେହାବଶେଷ ଥିଲା। ସେ ଲୋକ ବଞ୍ଚିଥିଲା ବେଳେ ନିନ୍ଦା ଓ ପ୍ରଶ˚ସାରେ ପ୍ରତିକ୍ରିୟା ଦେଖାଉଥିବେ। ସେ ପାପ ଓ ପୁଣ୍ୟ କରୁଥିବେ। କିନ୍ତୁ, ଏବେ ସେ ନିରୁତ୍ତର ଓ ନିର୍ବିକାର। ତୁମେ ଯଦି ସେହି ଭଳି ପ୍ରଶ˚ସା ହେଉ ବା ନିନ୍ଦା ସବୁଥିରେ ନିର୍ବିକାର ରହି ପାରିବ, ବିଚଳିତ ହେବ ନାହିଁ, ତେବେ ତୁମେ ସ୍ଥିତପ୍ରଜ୍ଞ ହୋଇଯିବ। ସ୍ଥିତପ୍ରଜ୍ଞ ହୋଇଗଲେ ମନ ସ୍ଥିର ହେବ, ଚେତନା ଗଭୀରତା ଲାଭ କରିବ। କ୍ରମେ ତମେ ଐଶ୍ବରୀୟ ସତ୍ତାର ନିକଟତର ହୋଇ ପାରିବ।
ଈଶ୍ବରଙ୍କ ସାନ୍ନିଧ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)