ନାରୀର ତ୍ୟାଗ

କଥାଟିଏ-ଯାଯାବର

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ କହୁଥିଲେ ଗପଟିଏ।
ଗୋଟିଏ ଜାହାଜ ଥରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିବାକୁ ଲାଗିଲା। ଜାହାଜରେ ଥିବା ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳିଗଲା। ଜାହାଜର କ୍ୟାପ୍‌ଟେନ ଜାହାଜରେ ଥିବା ଲାଇଫ୍‌ ଜ୍ୟାକେଟ୍‌ସବୁକୁ ଯାତ୍ରୀମାନଙ୍କ ଭିତରେ ବାଣ୍ଟିବାକୁ ଲାଗିଲେ ଏବ˚ ଜାହାଜ ଛାଡ଼ି ପାଣିକୁ ଡେଇଁ ପଡ଼ିବାକୁ ପରାମର୍ଶ ଦେଲେ। ଲାଇଫ୍‌ ଜ୍ୟାକେଟ୍‌ ବଣ୍ଟା ସରିବା ପରେ ଦେଖାଗଲା ଯେ ଗୋଟିଏ ଊଣା ପଡୁଛି। ଗୋଟିଏ ଦ˚ପତି ଓ ତାଙ୍କର କୁନି ପୁଅଙ୍କ ଲାଗି ଅବଶେଷରେ ବଳିଥିଲା ଦୁଇଟି ଲାଇଫ୍‌ ଜ୍ୟାକେଟ୍‌। ଗୋଟିଏ ଜ୍ୟାକେଟ୍‌ ସାନ ପିଲା ଲାଗି ଏବ˚ ଆରଟି ଜଣେ ବୟସ୍କଙ୍କ ଲାଗି। ବର୍ତ୍ତମାନ ସାନ ପିଲାଟି ତା’ର ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଲା। ଏବେ କଥା ଥିଲା ସ୍ବାମୀ ଓ ସ୍ତ୍ରୀଙ୍କ ଭିତରୁ କିଏ ସେଇ ଶେଷ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିବ। କିଛି ସମୟ ତାହା ସେମିତି ପଡ଼ି ରହିଲା। ସ୍ବାମୀ ଓ ସ୍ତ୍ରୀଙ୍କ ଭିତରୁ କେହି ହେଲେ ତାକୁ ଉଠାଇଲେ ନାହିଁ। ଜାହାଜ ଦ୍ରୁତ ଗତିରେ ବୁଡ଼ିବାକୁ ଲାଗିଥିଲା। ଏବେ ସ୍ତ୍ରୀ ଲୋକ ଜଣକ ଲାଇଫ୍‌ ଜ୍ୟାକେଟ୍‌କୁ ଉଠାଇଲେ। ଏହା ଦେଖି ସ୍ବାମୀ ମନରେ କ୍ଷଣିକ ଲାଗି ଭାବନାଟିଏ ଆସିଗଲା- ଜାଣିଥିଲି ଏୟା ହେବ। କିନ୍ତୁ ପରକ୍ଷଣରେ ତାହା ବଦଳିଗଲା। କାରଣ ମହିଳା ଜଣକ ସେଇ ଲାଇଫ୍‌ ଜ୍ୟାକେଟ୍‌କୁ ତାଙ୍କ ସ୍ବାମୀଙ୍କ ଆଡ଼କୁ ବଢ଼ାଇ ଦେଇ କହିଲେ- ଆଉ ସମୟ ନାହିଁ। ୟାକୁ ପିନ୍ଧି ପକାଅ।
ସ୍ବାମୀ କହିଲେ- କିନ୍ତୁ ତୁମେ?
ମହିଳା କହିଲେ- ଏଭଳି ଘଡ଼ିସନ୍ଧି କ୍ଷଣରେ ନିଷ୍ପତ୍ତି ନେବାର ସ˚କଟକୁ ଅତିକ୍ରମ ନ କଲେ କେହି ହେଲେ ବଞ୍ଚିବା ନାହିଁ। ତେଣୁ ତୁମେ ପିନ୍ଧିପକାଅ ଏବ˚ କଥା ଦିଅ, ଛୁଆଟିର ପାରୁପର୍ଯ୍ୟନ୍ତ ଯତ୍ନ ନେବ। ସ୍ବାମୀ ଲାଇଫ୍‌ ଜ୍ୟାକେଟ୍‌କୁ ଦେହରେ ଗଳାଇବା ପରେ ପରେ ଜାହାଜ ବୁଡ଼ିସାରିଥିଲା।
ଗପ ଶେଷରେ ଶିକ୍ଷକ କହିଲେ- ଏହା ହିଁ ହେଉଛି ନାରୀର ତ୍ୟାଗର ପରାକାଷ୍ଠା।

ସମ୍ବନ୍ଧିତ ଖବର