ଜଣେ ଧନୀ ବ୍ୟବସାୟୀଙ୍କ ଥିଲା ନାହିଁ ନ ଥିବା ଗର୍ବ। ସେ ଅନ୍ୟମାନଙ୍କୁ ହେୟ ମଣୁଥିଲେ। ଏହା ତାଙ୍କ ପତ୍ନୀଙ୍କୁ ଭଲ ଲାଗୁ ନ ଥିଲା।
ଥରେ ସେଇ ଅଞ୍ଚଳକୁ ଆସିଲେ ଜଣେ ତ୍ରିକାଳ ଦ୍ରଷ୍ଟା ସାଧୁ। ସାଧୁଙ୍କ ଦର୍ଶନ କରି ବ୍ୟବସାୟୀଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କୁ ବଦଳାଇ ଦେବା ଲାଗି ଅନୁରୋଧ କଲେ। ସାଧୁ ରାଜି ହେଲେ।
ତା’ ପରେ ସ୍ତ୍ରୀଙ୍କ କଥାରେ ବ୍ୟବସାୟୀ ସାଧୁଙ୍କୁ ଦେଖା କରିବାକୁ ଆସିଲେ। ସେ ପ୍ରକୃତରେ ଆସିଥିଲେ ନିଜ ବଡ଼େଇ ଦେଖାଇବା ଲାଗି। ସାଧୁ ତାଙ୍କୁ ଦେଖୁ ଦେଖୁ କହିଲେ- ଆପଣ ତ ଅାସିଲେ, ଅଥଚ ଏ ଭୟଙ୍କର ଲୋକକୁ କାହିଁକି ସାଙ୍ଗରେ ନେଇ ଆସିଛନ୍ତି? ବ୍ୟବସାୟୀ କିଛି ବୁଝି ନ ପାରି ବିସ୍ମିତ ହୋଇ ଏପଟ ସେପଟ ଚାହିଁଲା ବେଳକୁ ନଜର ପଡ଼ିଲା ଏକ ଭୀଷଣାକୃତି ଛାୟା ଉପରେ ଯିଏ ତାଙ୍କ ପଛେ ପଛେ ଚାଲିଥିଲା।
ବ୍ୟବସାୟୀ ଭୟରେ ଶିହରି ଉଠି ପଚାରିଲେ- ୟେ କିଏ?
ସାଧୁ କହିଲେ- ଭୟ କରନ୍ତୁ ନାହିଁ। ଦେଖନ୍ତୁ ସେଇଭଳି ଏକ ଭୟାନକ ଛାୟା ମୋ ପଛରେ ବି ଛିଡ଼ା ହୋଇଛି। ୟେ ହେଲା ମୃତ୍ୟୁ। ୟେ ଆମ ସମସ୍ତଙ୍କ ପଛରେ ଛିଡ଼ା ହୋଇଥାଏ। ଆଜି ନ ହେଲେ କାଲି ସେ ଆମ ସମସ୍ତଙ୍କୁ ଭକ୍ଷଣ କରିବା ନିଶ୍ଚିତ। କିନ୍ତୁ ବିଡ଼ମ୍ବନା ହେଲା, ଆମେ ୟାର ଉପସ୍ଥିତି ନେଇ ସଚେତନ ନୁହେଁ। ଏବେ ଆପଣ ସଚେତନ ହେଲେ। ତେଣୁ ଯାଆନ୍ତୁ।
ବ୍ୟବସାୟୀ ଘରକୁ ଫେରିଲେ। ଏବେ ତାଙ୍କ ପଛରେ ସେହି ଛାୟା ସିନା ନ ଥିଲା, ସେ ତାକୁ ଭୁଲି ପାରିଲେ ନାହିଁ। ସାଧୁଙ୍କ କଥା ବ୍ୟବସାୟୀଙ୍କୁ ବଦଳାଇ ଦେଇଥିଲା। ମୃତ୍ୟୁ ଚେତନା ଜାଗ୍ରତ ହେବାରୁ ସେ ଅହଂକାରଶୂନ୍ୟ ହେବାକୁ ଲାଗିଲେ।
ମୃତ୍ୟୁର ଛାୟା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)