ଗୁରୁ ୟୁଜି କୃଷ୍ଣମୂର୍ତ୍ତି ଥରେ ଏହି କଥାଟି କହିଥିେଲ।
ଗୌତମ ବୁଦ୍ଧତ୍ବ ଲାଭ କରିବାର କିଛି ଦିନ ପରର କଥା। ବୁଦ୍ଧ ତାଙ୍କର ଦୁଇ ବା ତିନି ଜଣ ଆଦ୍ୟ ଶିଷ୍ୟମାନଙ୍କ ସହିତ ଯାଉ ଥାଆନ୍ତି। ହଠାତ୍ ଗୋଟିଏ ମାଛି ତାଙ୍କ ନାକ ଉପରେ ବସିଗଲା। ବୁଦ୍ଧ ଯନ୍ତ୍ରବତ୍ ହାତରେ ମାଛିକୁ ଉଡ଼ାଇ ଦେଲେ। କିନ୍ତୁ ତା’ ପରେ କ୍ଷଣିଏ ଅଟକି ଗଲେ।
ସେ ପୁଣି ଥରେ ତାଙ୍କ ହାତର ଚାଳନା କଲେ ଏବଂ ନାକ ପାଖକୁ ଆଣି ମାଛିକୁ ଘଉଡ଼ାଇବା ଭଳି କଲେ। କିନ୍ତୁ ସେେତବେଳକୁ ତ ମାଛି ନ ଥିଲା!
ତାହା ଦେଖି ତାଙ୍କ ଶିଷ୍ୟମାନେ ବିସ୍ମିତ ହେଲେ। ଜଣେ ବୁଦ୍ଧଙ୍କୁ କହିଲେ- ଦୁଇ ଥର ମାଛି ଘଉଡ଼ାଇବାର ଆବଶ୍ୟକତା ଥିଲା କି? କାରଣ, ପ୍ରଥମ ଥରରେ ତ ମାଛି ଉଡ଼ି ଯାଇଥିଲା। ପୁଣି ଆପଣ ଆଉ ଥରେ ମାଛି ଘଉଡ଼ାଇଲେ କାହିଁକି?
ବୁଦ୍ଧ କହିଲେ- ଦୁଇ ଥର ଯାକ ମୋ କାମ ତୁମମାନଙ୍କୁ ସମାନ ଲାଗି ଥାଇପାରେ। କିନ୍ତୁ ତା’ ଭିତରେ ପ୍ରଭେଦ ଅଛି। ଦ୍ବିତୀୟ ଥର ମୁଁ ଯେମିତି ମାଛି ଘଉଡ଼ାଇଲି, ସେମିତି ପ୍ରଥମ ଥର ଘଉଡ଼ାଇବା ଉଚିତ ଥିଲା। ପ୍ରଥମ ଥର ମୁଁ ଅଚେତନ ଅବସ୍ଥାରେ ଯନ୍ତ୍ରବତ୍ ମାଛି ଉଡ଼ାଇଥିଲି। ଦ୍ବିତୀୟ ଥର ଯାହା କଲି ହୋସ୍ ପୂର୍ବକ କଲି, ଯେମିତି ପ୍ରଥମ ଥର କରିଥିଲେ ଆଉ ଥରେ କରିବାକୁ ପଡ଼ି ନ ଥାଆନ୍ତା। ପ୍ରଶ୍ନ ମାଛି ଥିବା ବା ନ ଥିବା ନେଇ ନୁହେଁ। ପ୍ରକୃତ କଥା ହେଲା, ମୋର ପ୍ରତିଟି କାର୍ଯ୍ୟ ଜାଗ୍ରତ ଭାବେ ଅଥବା ହୋସ୍ ପୂର୍ବକ ହେବା ଆବଶ୍ୟକ।
ବୁଦ୍ଧ ଓ ଜାଗ୍ରତ ଭାବ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)