ସ˚ସାର ଶିକ୍ଷା

କଥାଟିଏ-ଯାଯାବର

ଥରେ ୟୁଜିକେ ମୁଲ୍ଲା ନସିରୁଦ୍ଦିନଙ୍କ ସ˚ସାର ବାବଦରେ କଥାଟିଏ କହିଲେ।
ମୁଲ୍ଲାଙ୍କ ପତ୍ନୀ ବି ଦିନେ ଘରେ କାନ୍ଦିକାଟି ଗଡ଼ିଲେ। ମୁଲ୍ଲା ଦେଖିଲେ ଭାରି ଅସୁବିଧା କଥା। ସେ ପତ୍ନୀଙ୍କୁ ତାଙ୍କ ଦୁଃଖର କାରଣ କ’ଣ ବୋଲି ପଚାରିଲେ।
ମୁଲ୍ଲାଙ୍କ ପତ୍ନୀ କହିଲେ- ମୋ ଅସୁବିଧାର କାରଣ ହେଉଛ ତୁମେ। ତୁମେ ସଦାବେଳେ ତୁମ ସ˚ପର୍କୀୟମାନଙ୍କୁ ମୋ ସ˚ପର୍କୀୟମାନଙ୍କ ଠାରୁ ଅଧିକ ଭଲ ପାଉଛ। ଏହା ମୋ ଲାଗି ଅସହ୍ୟ ହେଲାଣି।
ମୁଲ୍ଲା କହିଲେ- ତୁମେ ମିଛ କହୁଛ। ମୁଁ ପ୍ରମାଣ କରିଦେବି ଯେ ମୁଁ ମୋ ସ˚ପର୍କୀୟମାନଙ୍କ ଠାରୁ ତୁମ ସ˚ପର୍କୀୟମାନଙ୍କୁ ଅଧିକ ଭଲ ପାଏ।
ମୁଲ୍ଲାଙ୍କ ପତ୍ନୀ କହିଲେ- ଦମ୍‌ ଅଛି ତ ଗୋଟିଏ ହେଲେ ବି ପ୍ରମାଣ ଦିଅ।
ମୁଲ୍ଲା କହିଲେ- ଶୁଣ, ମୁଁ ମୋ ଶାଶୂଙ୍କ ଠାରୁ ତୁମ ଶାଶୂଙ୍କୁ ଅଧିକ ଭଲ ପାଏ। ଠିକ୍ ନା ଭୁଲ୍?
ମୁଲ୍ଲାଙ୍କ ପତ୍ନୀ ଚୁପ୍‌ ହୋଇଗଲେ।
ଏହା ପରେ ୟୁଜିକେ କହିଲେ- ଏହା କେବଳ ଏକ ଲଘୁ ଗପ ନୁହେଁ। ଏହା ଭିତରେ ଥିବା ଅର୍ଥଟି ହେଲା ବିବାହ ପରେ ଉଭୟ ପକ୍ଷ ପରସ୍ପରର ସ˚ପର୍କୀୟ ହୋଇଯାଆନ୍ତି। ସେଥିରେ ମୋର ଓ ତୋର ବୋଲି ଯେଉଁ ବିଚାର; ତାହା ଅବାନ୍ତର ଓ ବିପଜ୍ଜନକ। ମୁଲ୍ଲା ଏ କଥାଟି ତାଙ୍କ ପତ୍ନୀଙ୍କୁ ସେ ଦିନ କଥା ଧାଡ଼ିକରେ ବୁଝାଇ ଦେଇଥିଲେ। ଏବ˚ ଯେତେ ଲୋକ ବାହା ହୋଇ ଘର ସ˚ସାର କରୁଛନ୍ତି ସେମାନେ ଏଥିରୁ ବୁଝିବା ଦରକାର।

ସମ୍ବନ୍ଧିତ ଖବର