ନାସ୍ତିକ ଓ ସନ୍ଥ ଏକନାଥ

କଥାଟିଏ-ଯାଯାବର

ଜଣେ ନାସ୍ତିକ ଥିଲେ। ସେ ସନ୍ଥ ଓ ସନ୍ନ୍ୟାସୀଙ୍କ ନିକଟକୁ ଯାଇ ଏମିତି ପ୍ରଶ୍ନମାନ ପଚାରୁଥିଲେ ଯେ ସେମାନେ ଉତ୍ତର ଖୋଜିବାରେ ଭାରି ଅଡୁଆରେ ପଡୁଥିଲେ। ତେଣୁ ସେମାନେ ନାସ୍ତିକ ଜଣଙ୍କୁ ଦେଖିବା ମାତ୍ରକେ ପ୍ରମାଦ ଗଣୁଥିଲେ। ଏହି ସମୟରେ ଜଣେ ସନ୍ଥ ତାଙ୍କୁ କହିଲେ- ବାବୁ, ତୁମେ ଆମକୁ ଏମିତି ପ୍ରଶ୍ନ ପଚାରି ହଇରାଣ କରନାହିଁ। ତୁମର ଯାହା ସନ୍ଦେହ ସେ ବିଷୟରେ ଏକନାଥଙ୍କୁ ପଚାର। ସେ କେବଳ ତୁମକୁ ଠିକଣା ଉତ୍ତର ଦେଇପାରିବେ।
ନାସ୍ତିକ ତେଣୁ ପଚରାପଚରି କରି ସନ୍ଥ ଏକନାଥଙ୍କ ଗାଁକୁ ଗଲେ। ସେତିକି ବେଳେ ଏକନାଥ ଘ‌େର ନ ଥିଲେ। କେହି ଜଣେ କହିଲେ- ଯାଇ ଦେଖ, ସେ ଶିବ ମନ୍ଦିରରେ ଶୋଇଥିବେ। ନାସ୍ତିକ ଜଣକ ମନ୍ଦିରରେ ପହଞ୍ଚି ଦେଖିଲେ ‌େଯ ଏକନାଥ ଶୋଇଛନ୍ତି। ତାଙ୍କର ଗୋ‌ଡ଼ ଦୁଇଟି ଭଗବାନ ଶିବଙ୍କ ଆସ୍ଥାନ ଉପରେ ରହିଛି।
ଏଥିରେ ନାସ୍ତିକ ବି ଚମକି ପଡ଼ିଲେ। ସେ ଭାବିଲେ- ଏକନାଥ ତ ମହା ନାସ୍ତିକ! ମୁଁ ଭଗବାନଙ୍କୁ ବିଶ୍ବାସ କରେ ନାହିଁ ସତ, କିନ୍ତୁ ଏମିତି ଧୃଷ୍ଟତା ବି କରି ପାରିବି ନାହିଁ।
କିଛି ସମୟରେ ଏକନାଥ ଉଠିଲେ। ନାସ୍ତିକ ଜଣକ ତାଙ୍କୁ କହିଲେ- ମୁଁ ଭାବିଥିଲି ଆପଣ ଜଣେ ସନ୍ଥ ଓ ଭକ୍ତ। କିନ୍ତୁ ଆପଣ ତ ଜଣେ ମହା ନାସ୍ତିକ! ତା’ ନ ହେଲେ ଶିବଙ୍କ ଆସ୍ଥାନ ଉପରେ ପାଦ ଥୋଇ ‌େଶାଇ ନ ଥାଆନ୍ତେ।
ଏକନାଥ ଏହା ଶୁଣି କହିଲେ- ଭାଇ ସେଇ କଥା। କୋଉଠି ଗୋଡ଼ ଥୋଇବି ବୋଲି ବିଚାରିଲା ବେଳକୁ ସବୁଠି ପରମେଶ୍ବର। ଚିନ୍ତାରେ ପଡ଼ିଗଲି। ସେଇଠୁ ଈଶ୍ବର କହିଲେ- ପାଗଳାଟାଏ କିରେ? ମୁଁ ତ ସବୁଠି। ତେଣୁ ଏତେ ଧନ୍ଦି ନ ହୋଇ ଯେଉଁଠି ଇଚ୍ଛା ଗୋଡ଼ ରଖ। ତୁମେ ଭାବୁଛ କି କେବଳ ଏହି ଆସ୍ଥାନରେ ମହାପ୍ରଭୁ ଅଛନ୍ତି? ସତ କଥା ହେଲା ସେ ସବୁଠି। ତେଣୁ କୁଆଡ଼େ ଗୋଡ଼ ରଖିବା?

ସମ୍ବନ୍ଧିତ ଖବର