ବର୍ଷା କରାଉଥିବା ସାଧୁ

କଥାଟିଏ-ଯାଯାବର

ଜଣେ ସାଧୁ ଥିଲେ। ଯେତେବେଳେ ବର୍ଷା ହେଉ ନ ଥିଲା, ଲୋକେ ତାଙ୍କ ପାଖକୁ ଯାଉଥିଲେ। ସାଧୁ ଏହା ପରେ ନୃତ୍ୟ କରୁଥିଲେ ଏବଂ ବର୍ଷା ହେଉଥିଲା। ଏ କଥା ଚାରିଆଡ଼େ ବ୍ୟାପି ଗଲା। ତେଣୁ ସାଧୁଙ୍କୁ ଭେଟିବା ସହିତ କଥାର ସତ୍ୟତା ପରୀକ୍ଷା କରିବା ଲାଗି କିଛି ଶିକ୍ଷିତ ତରୁଣ ପହଞ୍ଚିଲେ।
ସେତେବେଳେ ଆକାଶ ନିର୍ମଳ ଥିଲା। ସେମାନେ ସାଧୁଙ୍କୁ ପଚାରିଲେ- ଏବେ ଆପଣ ନୃତ୍ୟ କରି ବର୍ଷା କରାଇ ପାରିବେ କି?
ସାଧୁ କହିଲେ- ମୁଁ କାହିଁକି, ତୁମେମାନେ ଚାହିଲେ ବି ନାଚି ବର୍ଷା କରାଇ ପାରିବ।
ସେମାନେ ସ୍ବାଭାବିକ ଭାବେ ଏହା ବିଶ୍ବାସ କଲେ ନାହିଁ। ତେ‌େବ ସାଧୁଙ୍କ କଥାରେ ସେମାନେ ଜଣ ଜଣ କରି ନାଚିବାକୁ ସ୍ଥିର କଲେ। କହିବା ଅନାବଶ୍ୟକ ଯେ ସେମାନେ ସମସ୍ତେ କିଛି ସମୟ ନାଚି ଥକିଗଲେ ଏବଂ ବର୍ଷା ହେବାର କୌଣସି ସୂଚନା ନ ଥିଲା।
ସେତେବେଳେ ମୁଣ୍ଡ ଉପରେ ସୂର୍ଯ୍ୟ ଓ ପ୍ରଚଣ୍ଡ ଖରା। ଏବେ ସାଧୁଙ୍କ ନାଚିବାର ପାଳି। ସୁତରାଂ, ସେ ନାଚି‌ଲେ।
ତାଙ୍କ ନୃତ୍ୟ ଅସରନ୍ତି ଥିଲା। ସେ ନୃତ୍ୟରେ ତଲ୍ଲୀନ ଥିଲେ। କ୍ଳାନ୍ତିର ଚିହ୍ନ ତାଙ୍କ ଠାରେ ନ ଥିଲା। କେଇ ଘଣ୍ଟା ବିତିଗଲା। ସନ୍ଧ୍ୟା ଉପନୀତ ହେବା ବେ‌ଳକୁ ଦିଗ୍‌ବଳୟରେ ମେଘ ଘୋଟି ଆସିଲା ଏବଂ କିଛି ସମୟ ପରେ ନାଚୁଥିବା ସାଧୁଙ୍କ ଉପରେ ବର୍ଷା ଝରିଗଲା।
ସାଧୁ ନୃତ୍ୟ ବନ୍ଦ କଲେ। ତରୁଣମାନେ ତାଙ୍କ ଗୋଡ଼ ତଳେ ପଡ଼ିଗଲେ। ସେମାନେ କହିଲେ- ଏବେ ବୁଝିଲୁ, କେବଳ ନାଚି ଦେଲେ ବର୍ଷା ହୁଏ ନାହିଁ। ଆପଣଙ୍କ ଭଳି ନାଚିଲେ ବର୍ଷା ନ ହୋଇ ଅନ୍ୟ ଗତି ନାହିଁ।
ସାଧୁ କହିଲେ- ଠିକ୍ କହିଛ। ସଫଳ ହେବ ବୋଲି ବିଶ୍ବାସ ରଖି ଯଦି ‌େକୗଣସି କାର୍ଯ୍ୟ ଆରମ୍ଭ କରିବ ଏବଂ ସଫଳ ନ ହେବା ଯାଏ ତାହା ଜାରି ରଖିବ ତେବେ ଅସଫଳ ହେବାର ସୁଯୋଗ ରହିଲା କେଉଁଠି?

ସମ୍ବନ୍ଧିତ ଖବର