ଥରେ ଜଣେ ଗୁରୁଙ୍କ ପାଖକୁ ଆସିଲେ ଦୁଇ ଯୁବକ। ଗୁରୁ ସେମାନଙ୍କ ସହିତ କିଛି ସମୟ କଥାବାର୍ତ୍ତା କଲା ପରେ ଜଣକୁ ଶିଷ୍ୟ ଭାବେ ଗ୍ରହଣ କଲେ ଏବ˚ ଅନ୍ୟ ଜଣକୁ ଫେରାଇ ଦେଲେ। ସେମାନେ ଥିଲେ ପ୍ରାୟ ଏକା ଭଳି। ଉଭୟ ଥିଲେ ସ˚ଯମ, ନୀତି ଏବ˚ ଶୃଙ୍ଖଳାରେ କଠୋର। ତେବେ ଗୁରୁ ଜଣକୁ ବାଛି ଅନ୍ୟ ଜଣକୁ ହତାଶ କଲେ କାହିଁକି?
ଏହା ଜାଣିବାକୁ ଗୁରୁଙ୍କ ପଟ୍ଟଶିଷ୍ୟ ଚାହିଁଲେ।
ଗୁରୁ କହିଲେ- କଥାଟି ଏମିତି। ଗୋଟିଏ ଲୁହା ପାତ୍ର ଏବ˚ ଆଉ ଗୋଟିଏ ପଥର ପାତ୍ର। ଦୁହେଁ ଅତି ଶକ୍ତ। ହେଲେ ଲୁହା ପାତ୍ରଟି ପଥର ପାତ୍ର ଠାରୁ ଏଥି ଲାଗି ଶ୍ରେୟସ୍କର ଯେ ତୁମେ ଯଦି ଚାହିଁବ ତେବେ ଲୁହା ପାତ୍ରକୁ ନିଆଁରେ ତରଳାଇ ସେଥିରୁ ଅନ୍ୟ କିଛି ଗଢ଼ି ପାରିବ। ଲୁହା ପାତ୍ରର ରୂପାନ୍ତରଣ ସମ୍ଭବ। କିନ୍ତୁ ପଥର ପାତ୍ରଟି ସେଥି ଲାଗି ଅଯୋଗ୍ୟ। ତାକୁ ଅନ୍ୟ ରୂପରେ ରୂପାନ୍ତରିତ କରି ପାରିବ ନାହିଁ।
ଏହା ଥିଲା ସେଇ ଦୁଇ ଯୁବକଙ୍କ ଭିତରେ ଥିବା ପ୍ରଭେଦ। ଜଣେ ଅଧିକ ଅହଙ୍କାରରେ ଭରା ହୋଇଥିବାରୁ ତାକୁ ପ୍ରଭାବିତ କରିବା ବା ତା ଠାରେ ଆବଶ୍ୟକ ରୂପାନ୍ତରଣ ସମ୍ଭବ ନୁହେଁ। ମୁଁ ଯାହାକୁ ଗ୍ରହଣ କଲି ସେ ବଦଳି ପାରିବ। ଭଲରୁ ଆହୁରି ଭଲ ହୋଇପାରିବ।
ଶିଷ୍ୟ ଚୟନ
କଥାଟିଏ-ଯାଯାବର