ରାଜା ରାମମୋହନ ରାୟ ଥିଲେ ଜଣେ ସମାଜ ସ˚ସ୍କାରକ। ସମାଜରୁ ବିଭିନ୍ନ ପ୍ରକାର ଅଶିକ୍ଷା ଓ ଅନ୍ଧବିଶ୍ବାସ ହଟାଇବା ଦିଗରେ ସେ କାର୍ଯ୍ୟ କରୁଥିଲେ।
ଦିନକର କଥା। ପର ବାଡ଼ିରେ ପଶି ଫୁଲ ଚୋରି କରୁଥିବା ଜଣେ ବ୍ରାହ୍ମଣଙ୍କ ଗାମୁଛା ସେଇ ଘରର ପାଚେରି ଉପରେ ରହିଥିବାର ଦେଖି ତାକୁ ଧରି ରାମମୋହନ ସେଠି ଛିଡ଼ା ହୋଇ ରହିଲେ। ବ୍ରାହ୍ମଣ ଫୁଲ ତୋଳି ଫେରିବା ପରେ ସେ ତାହା ତାଙ୍କୁ ଦେଇ କହିଲେ- ଏବେ ମନ ଖୁସି ତ?
ବ୍ରାହ୍ମଣ ବିସ୍ମିତ ହୋଇ କହିଲେ- ମୋ ଜିନିଷ ମୋତେ ଦେଲ। ଏଥିରେ ମୁଁ ଖୁସି ହେବି ନାହିଁକି?
ରାମମୋହନ ରାୟ କହିଲେ- ଏ ଫୁଲ ତ ଠାକୁରଙ୍କ। ତାଙ୍କୁ ତାହା ଦେଲେ ସେ ଖୁସି ହେବେ ବୋଲି ଆପଣ କାହିଁକି ଭାବୁଛନ୍ତି? ବ୍ରାହ୍ମଣ କିଛି କହି ନପାରି ଚୁପ୍ ରହିଲେ। ରାମମୋହନ ରାୟଙ୍କ ଶିକ୍ଷା ଓ ସଚେତନତାର ପ୍ରସାର ଦ୍ବାରା ରୁଢ଼ିବାଦୀମାନେ ଅସନ୍ତୁଷ୍ଟ ହେଉଥିଲେ। ସେମାନେ ତାଙ୍କୁ ନିନ୍ଦା କରୁଥିଲେ, ତାଙ୍କ ବିରୋଧରେ କୁତ୍ସାରଟନା କରୁଥିଲେ।
ଏ କଥା ରାଜା ରାମମୋହନ ରାୟଙ୍କ ଜଣେ ଅନୁଗାମୀଙ୍କୁ ବାଧିଲା। ସେ କହିଲେ- ଆପଣ କାହିଁକି ଅଯଥାରେ ଲୋକଙ୍କ କୁତ୍ସାର ଶିକାର ହେଉଛନ୍ତି। ଆପଣ ଏ ସବୁ କାର୍ଯ୍ୟ ନ କଲେ ଚଳନ୍ତା ନାହିଁ କି?
ରାଜା ରାମମୋହନ ହସି ହସି କହିଲେ- ଭାଇ, ଲୋକଙ୍କ ନିନ୍ଦା ମୋ କାମର ସଫଳତାର ମାପ। ଯେ ପର୍ଯ୍ୟନ୍ତ ମୋର ନିନ୍ଦୁକ ରହିଛନ୍ତି ସେ ପର୍ଯ୍ୟନ୍ତ ମୋର କାମ ଠିକ୍ ବାଟରେ ଚାଲିଛି ଓ ତାହା ସରି ନାହିଁ ବୋଲି ମୁଁ ଭାବେ। ଯେଉଁ ଦିନ ନିନ୍ଦୁକ ସରିଯିବେ, ସେ ଦିନ ମୋ କାମ ବି ସରିଯିବ।
ସଫଳତାର ମାପ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)