ମୁଲ୍ଲା ନସିରୁଦ୍ଦିନ ଥରେ ତାଙ୍କ ପତ୍ନୀଙ୍କୁ କହିଲେ- ଗୁଜବ ରଟନା କଲେ କେମିତି ମଜା ହୁଏ, ଚାଲ ତାହା ଦେଖିବା।
ଏହା କହି ମୁଲ୍ଲା ଘରୁ ବାହାରି ଗଲେ ଏବଂ କିଛି ସମୟ ପରେ ଫେରି ଆସି କହିଲେ- କାମ ହୋଇଗଲା।
ତାଙ୍କ ପତ୍ନୀ ପଚାରିଲେ- କି କାମ?
ମୁଲ୍ଲା କହିଲେ- ମୁଁ ଯାଇ ଗାଁ ମୁଣ୍ଡ ଦୋକାନରେ କହି ଦେଇ ଆସିଲି େଯ ଆସନ୍ତା କାଲି ଜମିଦାରଙ୍କ ନାତିର ଜନ୍ମ ଦିନ। ତେଣୁ ଗାଁ ଲୋକଙ୍କୁ ସେ ଭୋଜି ଦେବେ।
ପର ଦିନ ସକାଳୁ ମୁଲ୍ଲା ଏବଂ ତାଙ୍କ ପତ୍ନୀ ଘର ପିଣ୍ଡାରେ ବସିଲେ। ସେମାନେ ଦେଖିଲେ ଯେ ଦଳ ଦଳ ହୋଇ ଲୋକେ ଚାଲିଛନ୍ତି। ମୁଲ୍ଲା ମଜା ଦେଖିବା ଲାଗି ପଚାରିଲେ- କୁଆଡ଼େ ଯାଉଚ?
ସେମାନେ କହିଲେ- ମୁଲ୍ଲା ତୁମେ ଜାଣିନା କି ଜମିଦାରଙ୍କ ନାତିର ଜନ୍ମ ଦିନ। ସମସ୍ତକୁ ଭୋଜି ଲାଗି ଡାକିଛନ୍ତି।
ପ୍ରଥମେ ତ ମୁଲ୍ଲା ଏହାକୁ ଉପଭୋଗ କଲେ ଓ ପତ୍ନୀଙ୍କୁ ଚାହିଁ ମୁରୁକି ହସିଲେ। କିନ୍ତୁ କ୍ରମେ ସେ ଗମ୍ଭୀର ହୋଇଗଲେ। ତା’ ପରେ ସେ ନିଜ ପତ୍ନୀଙ୍କୁ କହିଲେ- ମୁଁ ଟିକିଏ ଜମିଦାରଙ୍କ ଉଆସ ଆଡୁ ବୁଲି ଆସେ।
ପତ୍ନୀ ପଚାରିଲେ- କିନ୍ତୁ କାହିଁକି?
ମୁଲ୍ଲା କହିଲେ- ଏତେ ଲୋକ ଯାଉଛନ୍ତି। କାଳେ ଜମିଦାର ନାତି ଜନ୍ମ ଦିନ ଲାଗି ସତକୁ ସତ ଭୋଜି ଦେଉଥିବେ! କିଏ ଜାଣିଲା?
ଗୁଜବ ରଟନା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)