ଜଣେ ଗାଁ ବ୍ରାହ୍ମଣ ନିଜର ତରୁଣ ପୁତ୍ରକୁ ଧରି ଗାଁ ଦେବୀଙ୍କ ପୂଜା କରିବାକୁ ସବୁ ଦିନ ଯାଆନ୍ତି। ପୁଅ ବାପାଙ୍କୁ ପଚାରେ- ୟେ ତ କେବଳ ପଥର ଏବ˚ ସେଇ ପଥରରେ ସିନ୍ଦୂର ବୋଳା ହୋଇଛି, ତୁମେ କାହିଁକି ଏମିତି ବିହ୍ବଳ ହୋଇ ପୂଜା କରୁଛ?
ବାପା ଜିଭ କାମୁଡ଼ି କହନ୍ତି ପୁଅ, ଏମିତି କଥା କହନା। ୟେ ହେଲେ ମା’। ଏହାଙ୍କ ଉପରେ ବିଶ୍ବାସ ରଖ, ୟେ ତୋତେ ବିପଦ ବେଳେ ସାହାଯ୍ୟ କରିବେ।
ପୁଅ ଏହା ଶୁଣି ଚିଡ଼େଇଲା ଭଳି କହେ- ତୁମେ ତ ଜୀବନ ଯାକ ମା’ଙ୍କ ଉପରେ ବିଶ୍ବାସ ରଖିଆସିଛ, ସେ ତୁମକୁ କ’ଣ ବା ସାହାଯ୍ୟ କରିଛନ୍ତି? ଆମେମାନେ ତ ଏତେ ଅଭାବରେ କଷ୍ଟରେ ଚଳୁଛୁ, ମା’ଙ୍କ ଠାରୁ କ’ଣ ସାହାଯ୍ୟ ପାଇଛୁ କୁହ।
ଏ କଥା ଶୁଣି ବୃଦ୍ଧ ବ୍ରାହ୍ମଣ କେବଳ ଭଗବାନଙ୍କୁ ପ୍ରାର୍ଥନା କରି କହନ୍ତି- ପ୍ରଭୁ, ମୋ ନିର୍ବୋଧ ପୁଅକୁ ଭଲ ବୁଦ୍ଧି ଦିଅନ୍ତୁ।
ଦିନକର କଥା। ବୃଦ୍ଧ ବ୍ରାହ୍ମଣଙ୍କ ଦେହ ଖରାପ ହେଲା। ସେ ପୁଅକୁ କହିଲେ- ବାବୁ ଆଜି ମୁଁ ଯାଇପାରୁନାହିଁ। ତୁ ଯାଇ ଟିକିଏ ପୂଜା କରିଦିଅନ୍ତୁ ନାହିଁ?
ଅନିଚ୍ଛା ସତ୍ତ୍ବେ ପୁଅ ପୂଜା କରିବାକୁ ଗଲା। ସେ ପୂଜା କରୁଥିବା ବେଳେ ତା’ ପାଖରେ ଥିବା ଭୋଗ ତକ ଯେଉଁ ପୁଡ଼ିଆରେ ଥିଲା ତାକୁ ଏକ ବୁଲା କୁକୁର ଟାଣି ନେବାକୁ ବସିଲା। ଯାହା ହେଉ ଠିକଣା ବେଳେ ପୁଅ ତାହା ଜାଣିପାରିଲା ଏବ˚ ଆଉ କିଛି ନ ପାଇ ଗାଁ ଦେବତୀଙ୍କୁ ଧରି କୁକୁର ଉପରକୁ ଫିଙ୍ଗି ଦେଲା। କୁକୁରଟି ଭୋଗ ପୁଡ଼ିଆ ଛାଡ଼ି ପଳାଇଗଲା।
ପୁଅ ମନ ଖୁସିରେ ଘରକୁ ଫେରି ବାପାଙ୍କୁ ସବୁ କଥା କହି ଶେଷରେ ମନ୍ତବ୍ୟ ଦେଲା- ବୁଝିଲ ବାପା, ଏତେ ଦିନକେ ମା’ ଆମ କାମରେ ଆସିଲେ! ଏହା ଶୁଣି ନିର୍ବାକ୍‌ ବାପା କେବଳ ଶିରରେ ଯାହା କର ମାରିଲେ।