ଥରେ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରିଲେ- ଅାଚ୍ଛା, ମୁଲ୍ଲା ତୁମେ ତୁମ ସ୍ତ୍ରୀଙ୍କୁ ଡର?
ମୁଲ୍ଲା କହିଲେ- ସ୍ତ୍ରୀକୁ ଡରେ ନାହିଁ। କିନ୍ତୁ କିଛି ଉଚ୍ଚବାଚ ହୋଇଗଲେ ନିଜ ମନରୁ ଶାନ୍ତି ଚାଲିଯିବାକୁ ଡରେ। ତେଣୁ ତା’ ସହ ଝଗଡ଼ା କରେନା।
ରାଜା କହିଲେ- ଆଚ୍ଛା, ତୁମେ ରାଜାଙ୍କୁ ଡର?
ମୁଲ୍ଲା କହିଲେ- ନା ରାଜାଙ୍କୁ ଡରେ ନାହିଁ। କିନ୍ତୁ ରାଜା କୁପିତ ହେଲେ ମୋର ପେସା ବୁଡ଼ିଯିବାକୁ ଡରେ।
ରାଜା କହିଲେ- ତା’ ମାନେ ଏକା କଥା। ତୁମେ ମୋତେ ଡର।
ମୁଲ୍ଲା କହିଲେ- ମଣିମା ଏକା କଥା ନୁହେଁ। ମୁଁ ଆପଣଙ୍କୁ ଡରେ ନାହିଁ। ଆପଣ ରାଗି ଯିବାକୁ ଡରେ।
ରାଜା କହିଲେ- ମୁଲ୍ଲା, ତାହା ହେଲେ ତୁମେ କାହାକୁ ଡର? ତୁମେ ଭୂତକୁ ଡର ବୋଲି ମୁଁ ଶୁଣିଛି। ତୁମେ ଭୂତକୁ ଡର?
ମୁଲ୍ଲା କହିଲେ- ହଜୁର, ଭୂତକୁ ଡରେ ନାହିଁ। କିନ୍ତୁ ଭୂତ ନାମ ଶୁଣିଲେ ମନେର ଯେଉଁ ଭୟ ସୃଷ୍ଟି ହୁଏ, ତାକୁ ଡରେ।
ରାଜା କହିଲେ- ମୁଲ୍ଲା, ତୁମେ କେବଳ କଥାକୁ ବୁଲେଇ ବେଙ୍କଇ କହୁଛ।
ମୁଲ୍ଲା କହିଲେ- ନା ଜାହାଁପନା, ଆପଣ ଟିକିଏ ଭଲ ଭାବେ ବିଚାର କଲେ ସୂକ୍ଷ୍ମ ପ୍ରଭେଦଟି ବୁଝିପାରିବେ। ମୋ ଭୟର କାରଣ କୌଣସି ବାହ୍ୟ ବସ୍ତୁ ନୁହେଁ। ବରଂ ମୋ ଭୟର କାରଣ ମୋ ନିଜ ଭିତରେ ଥିବା ଦୁର୍ବଳତା। ମୁଁ ଶାନ୍ତି ଭଙ୍ଗ ହେବାକୁ ଡରେ, ମୁଁ ଅସହାୟବୋଧକୁ ଡରେ, ମନ ଭିତରେ ସୃଷ୍ଟ ଭୟକୁ ଡରେ, ନିଜ ଭିତରେ ବେଳେ ବେଳେ ସୃଷ୍ଟି ହେଉଥିବା ପ୍ରଚଣ୍ଡ କ୍ରୋଧକୁ ଡରେ। ତେଣୁ ଆପଣ କହିପାରନ୍ତି ମୁଁ କେବଳ ନିଜକୁ ଡରେ।
ନିଜକୁ ଡରେ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)