ରାଜପୁଅ ଥିଲେ ବଦ୍ ମିଜାଜୀ। ଅନ୍ୟମାନଙ୍କ ପ୍ରତି ତାଙ୍କ ବ୍ୟବହାର ଆଦୌ ଭଲ ନ ଥିଲା। ରାଜା ବ୍ୟଥିତ ହୋଇ ଏ ବିଷୟରେ ତାଙ୍କ ଗୁରୁଙ୍କୁ ଜଣାଇଲେ। ରାଜପୁତ୍ରଙ୍କୁ ଏ ବାବଦରେ ବୁଝାଇବା ଲାଗି ଗୁରୁ ଦିନେ କହିଲେ- କୁମାର, ଆସ ଆଜି ମୋ’ ସହିତ ସହର ଭ୍ରମଣରେ ଯିବ। କିନ୍ତୁ ଲୋକେ ତୁମକୁ ରାଜପୁତ୍ର ବୋଲି ଚିହ୍ନିଦେଲେ ଆମେ ସ୍ବଚ୍ଛନ୍ଦରେ ବୁଲି ପାରିବା ନାହିଁ। ତେଣୁ ତୁମେ ଅତି ସାଧାରଣ ପୋଷାକରେ ଯିବ।
ରାଜପୁତ୍ରଙ୍କୁ ଏ ପ୍ରସ୍ତାବ ଠିକ୍ ଲାଗିଲା। ସେ ଜଣେ ସାଧାରଣ ଲୋକର ପୋଷାକରେ ଗୁରୁଙ୍କ ସହିତ ବୁଲି ବାହାରିଲେ।
ବାଟରେ ଅନେକ ଲୋକଙ୍କ ସହିତ ସାକ୍ଷାତ ହେଲା। ରାଜପୁତ୍ରଙ୍କ ଖରାପ ଆଚରଣର ପ୍ରତିବଦଳରେ ସେ ସମସ୍ତଙ୍କ ଠାରୁ ସେଇଭଳି ଆଚରଣ ପାଇଲେ ଏବ˚ ରାଗରେ ଜର୍ଜରିତ ହୋଇ ଫେରିଯିବା ଲାଗି ଗୁରୁଙ୍କୁ ଅନୁରୋଧ କଲେ।
ଉଆସକୁ ଫେରିବା ପରେ ଗୁରୁ ରାଜକୁମାରଙ୍କୁ କହିଲେ- ଦେଖିଲ ତ ରାଜକୁମାର। ଏ ରାଜବ˚ଶ, ଏ ବୁନିଆଦି, ତୁମର ସୁନ୍ଦର ଚେହେରା ଆଦିର କିଛି ମୂଲ୍ୟ ନାହିଁ। ଏକ ସାଧାରଣ ପୋଷାକ ତୁମକୁ ସାଧାରଣ କରିଦେଲା। ଏଥିରୁ ବୁଝ, ତୁମେ ଯେଉଁ ସମ୍ମାନ ପାଉଛ ତାହା କାହିଁକି ପାଉଛ। ତୁମେ ନୁହେଁ, ତୁମ ପୋଷାକ ହିଁ ସମସ୍ତ ଶ୍ରେୟର ହକଦାର। ତେବେ ଅତି ସାଧାରଣ ପୋଷାକ ପିନ୍ଧିଥିଲେ ବି ଗୋଟିଏ କଥା ତୁମ ଲାଗି ସମ୍ମାନ ଆଣିଦେଇପାରେ, ତାହା ହେଲା ତୁମର ବ୍ୟବହାର। ତୁମ ବ୍ୟବହାର ହିଁ ତୁମକୁ ରାେଜାଚିତ ମର୍ଯ୍ୟାଦା ଦେବ।
ରାଜପୁତ୍ର ଓ ଗୁରୁ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)