ଗୋଟିଏ ଗାଁ ମୁଣ୍ଡରେ ଜଣେ ସାଧୁ କୁଡ଼ିଆ କରି ରହୁଥିଲେ। ଦିନେ ସକାଳେ ଜଣେ ଅଶ୍ବାରୋହୀ ସେଠାରେ ପହଞ୍ଚି ସାଧୁଙ୍କୁ ପଚାରିଲେ- ଆଚ୍ଛା, ଏ ଗାଁର ଲୋକେ କେମିତି? ମୁଁ ବାହାରୁ ଆସିଛି ଏବଂ ଏହି ଗାଁରେ ରହିବାକୁ ଚାହେଁ।
ସାଧୁ ପଚାରିଲେ- ତୁମେ ଯେଉଁ ଗାଁ ଛାଡ଼ି ଚାଲି ଆସିଲ, ସେଇ ଗାଁର ଲୋକେ କେମିତି ଥିଲେ?
ଅଶ୍ବାରୋହୀ କହିଲେ- ଅତି କଦର୍ଯ୍ୟ। ସେମାନେ ମୋ ଜୀବନକୁ ନର୍କ କରିଦେଲେ ବୋଲି ତ ଏଠାକୁ ଚାଲି ଆସିଲି!
ସାଧୁ କହିଲେ- ତେବେ ଏ ଗାଁରେ ଘର କର ନାହିଁ। ଏ ଗାଁର ଲୋକଙ୍କ ଭଳି ହୀନ ଓ କଦର୍ଯ୍ୟ ‌େଲାକ ତୁମେ ଦେଖି ନ ଥିବ!
ଏହା ଶୁଣି ଅଶ୍ବାରୋହୀ ଅନ୍ୟ ଦିଗରେ ଚାଲିଲେ।
କିଛି ଦିନ ପରେ ଗୋଟିଏ ପରିବାର ଆସି ପହଞ୍ଚିଲା ଏବଂ ପରିବାରର ମୁଖ୍ୟ ସା‌ଧୁଙ୍କୁ ସେହି କଥା ପଚାରିଲେ।
ସାଧୁ ତାଙ୍କୁ ପଚାରିଲେ- ତୁ‌େମମାନେ ଯେଉଁ ଗାଁକୁ ଛାଡ଼ିଦେଲ, ସେ ଗାଁର ଲୋକେ କେମିତି ଥିଲେ?
ପରିବାରର ମୁଖ୍ୟ ଲୁହ ଛଳଛଳ ଆଖିରେ କହିଲେ- ଆସିବାକୁ ବାଧ୍ୟ ହେଲି ବୋଲି ଆସିଲି। ତା’ ନ ହେଲେ ସେ ଗାଁର ଲୋକଙ୍କ ଶ୍ରଦ୍ଧା ଓ ସ୍ନେହ ଭୁଲି ପାରିବି ନାହିଁ। ‌େସମାନଙ୍କ ସ୍ମୃତି ମୋ ଆଖିରେ ବାକି ଜୀବନ ଲୁହ ଝରାଉଥିବ।
ସାଧୁ କହିଲେ- ଆମ ଗାଁକୁ ସ୍ବାଗତ। ଏ ଗାଁର ଲୋକେ ଏତେ ଭଲ ଯେ ତୁମର ଦୁଃଖ ରହିବ ନାହିଁ। ଆମ ଗାଁ ଲୋକଙ୍କ ସ୍ନେହରେ ତୁମେ ମଧ୍ୟ ସବୁ ଦୁଃଖ ଭୁଲିଯିବ।