ସନ୍ନ୍ୟାସୀଙ୍କ ପାଦ ତଳେ ଜଣେ ଲୋକ ପଡ଼ିଯାଇ କହିଲା- ମୋତେ ଆଶ୍ରୟ ଦିଅନ୍ତୁ। ନ ହେଲେ ସେମାନେ ମୋତେ ମାରିଦେବେ। ସନ୍ନ୍ୟାସୀ ତାକୁ ଉଠାଇ ଦେଇ କହିଲେ- ଠିକ୍ ଅଛି। ତୁମେ ମୋର ଆଶ୍ରିତ। ଏବେ କୁହ।
ସେ ଲୋକ କହିଲା- ମୁଁ ଜଣେ ଅପରାଧୀ। ରାଜାଙ୍କ ସୈନିକମାନେ ମୋ ପଛରେ ଗୋଡ଼ାଇଛନ୍ତି।
ସନ୍ନ୍ୟାସୀ କିଛି କହିବା ପୂର୍ବରୁ ଦୁଇ ଜଣ ସୈନିକ ପହଞ୍ଚିଗଲେ ଏବ˚ ସେ ଲୋକକୁ ନେଇ ଯିବାକୁ ବାହାରିଲେ। ସନ୍ନ୍ୟାସୀ ନମ୍ର ଭାବେ କହିଲେ-ସେ ଅପରାଧୀ ବୋଲି ମୁଁ ଜାଣିବା ପୂର୍ବରୁ ତାଙ୍କୁ ନିର୍ଭୟ ଆଶ୍ରୟର ପ୍ରତିଶ୍ରୁତି ଦେଇଛି। ତେଣୁ ମୋ ଜୀବିତାବସ୍ଥାରେ ଆପଣମାନେ ତାଙ୍କୁ ନେଇ ଯାଇପାରିବେ ନାହିଁ। ୟାଙ୍କୁ ନେବା ପୂର୍ବରୁ ଆପଣମାନେ ମୋତେ ହତ୍ୟା କରନ୍ତୁ।
ଏହା ଶୁଣି ସୈନିକ ଦ୍ବୟ ଅଟକି ଗଲେ। ସେମାନଙ୍କ ଭିତରୁ ଜଣେ ସେଠାରେ ଜଗି ରହିଲା ତ ଆର ଜଣକ ରାଜାଙ୍କୁ ଏ କଥା କହିବାକୁ ଗଲା। ରାଜା ସବୁ ଶୁଣିଲେ ଏବ˚ ସନ୍ନ୍ୟାସୀଙ୍କ ପାଖକୁ ଖବର ପଠାଇଲେ। ବାର୍ତ୍ତାଟି ଥିଲା : ଆପଣଙ୍କ ଭଳି ବଚନାନୁବଦ୍ଧ ସନ୍ନ୍ୟାସୀ ଯେଉଁ ରାଜ୍ୟରେ ଅଛନ୍ତି ସେ ରାଜ୍ୟ ଧନ୍ୟ। ସେ ରାଜ୍ୟର ରାଜା ଭାବେ ମୁଁ ବି ନିଜକୁ ଧନ୍ୟ ମନେ କରୁଛି। ଆପଣଙ୍କ ଭଳି ଜଣେ ସୁପୁରୁଷଙ୍କୁ ବଚନଚ୍ୟୁତ ହେବାକୁ ଦେବିନାହିଁ କି ଆପଣଙ୍କୁ କୌଣସି କ୍ଷତି ପହଞ୍ଚାଇବା କଥା ଚିନ୍ତା କରିପାରିବି ନାହିଁ। ତେଣୁ ସୈନିକ ଦ୍ବୟ ସେଠାରୁ ତୁରନ୍ତ ଫେରି ଆସନ୍ତୁ।
ସୈନିକମାନେ ଏଥର ବାହାରିଲେ। କିନ୍ତୁ ଏଇ ସମୟରେ ଘଟିଲା ଏକ ବିସ୍ମୟକର ଘଟଣା। ଅପରାଧୀଟି ସୈନିକମାନଙ୍କ ନିକଟକୁ ଆସି କହିଲା- ଆପଣମାନେ ମୋତେ ଧରି ନିଅନ୍ତୁ। ମୁଁ ଦଣ୍ତ ପାଇବାକୁ ଚାହେଁ। କାରଣ ଯେଉଁ ରାଜ୍ୟର ସାଧୁ ଓ ରାଜା ଏଭଳି ବିବେକୀ, ସେଠି ମୋ ଭଳି ଅପରାଧୀ ଦଣ୍ଡିତ ନ ହେବା ମଧ୍ୟ ଅନ୍ୟାୟ।
ମୁଁ ଦଣ୍ଡର ଯୋଗ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)