ଜେଣ ସୁଫି ସନ୍ଥ ଗୋଟିଏ ସହରରେ ପଦାର୍ପଣ କଲେ। ସହରର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ତାଙ୍କୁ ସ୍ବଗୃହକୁ ଆମନ୍ତ୍ରଣ କରି କହିଲେ- ଆପଣ ମୋତେ ଏଭଳି ଆଶୀର୍ବାଦଟିଏ ଦିଅନ୍ତୁ, ଯାହା ମୋତେ ସର୍ବଦା ସୁଖୀ ରଖିବ।
ସୁଫି ସନ୍ଥ କହିଲେ- ଜେଜେବାପା ମରିବ, ବାପା ମରିବ, ପୁଅ ମରିବ।
ଏହା ଶୁଣି ଧନୀକ ତଟସ୍ଥ ହେଲେ। କାରଣ ତାଙ୍କର ଏକମାତ୍ର ନାବାଳକ ପୁତ୍ର ଥିଲା ଏବଂ ତାଙ୍କ ବୃଦ୍ଧ ପିତା ମଧ୍ୟ ତାଙ୍କ ସହିତ ଅବସ୍ଥାନ କରୁଥିଲେ। ତେଣୁ ସେ ଭୟରେ ଶିହରି ଉଠିଲେ। ସୁଫି ସନ୍ଥଙ୍କ ଆଗରେ ନତଜାନୁ ହୋଇ କହିଲେ- ମୁଁ ଆପଣଙ୍କୁ ଆଶୀର୍ବାଦ ଦେବା ପାଇଁ କହିଥିଲି, ଅଭିଶାପ ନୁହେଁ। ଆପଣ ୟେ କ’ଣ କଲେ?
ସୁଫି ସନ୍ଥ ତାଙ୍କୁ କହିଲେ- ବାବୁ, ଯାହା କହିଲି ତାହା ହିଁ ଆଶୀର୍ବାଦ। କାରଣ ଜୀବନର ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ, ଅଥଚ ପ୍ରତି ପରିବାର ଲାଗି ଏହା ଏକ ଦୁଃସମ୍ବାଦ। ଯେଉଁ ପରିବାରରେ ମୁଁ କହିଥିବା ଭଳି ଧାରାରେ ବ୍ୟକ୍ତିମାନଙ୍କ ତିରୋଧାନ ହୁଏ, ସେହି ପରିବାର ସୁଖ ପାଏ। ଏହି ଧାରାରେ ଟିକିଏ ବ୍ୟତିକ୍ରମ ହେଲେ ବିଷାଦ ଘୋଟି ଆସେ। ଜେଜେବାପା ଥିବ, ବାପା ଥିବ ଅଥଚ ପୁଅ ମରିଯିବ! ଟିକିଏ ଚିନ୍ତା କର ତ?
ଧନୀ ବ୍ୟକ୍ତି ଜଣକ ଏବେ କଥାର ମର୍ମ ବୁଝିଲେ।
ସୁଫି ସନ୍ଥ କହିଥିବା ଭଳି ଜୀବନ ତାଙ୍କୁ ପ୍ରାପ୍ତ ହେଉ ବୋଲି ସେ ପ୍ରାର୍ଥନା କଲେ।
ସୁଫିଙ୍କ ଆଶୀର୍ବାଦ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)