ଜଣେ ଜମିଦାର ଗୋଟିଏ ଘର ନିର୍ମାଣ କରିବା ଲାଗି କିଛି ଲୋକ ମଗାଇଲେ। ତାହା ନିର୍ମାଣ କରିବା ଲାଗି ଅନେକ ଲୋକ ସକାଳୁ ଆସି କାମରେ ଲାଗିଲେ। ଜମିଦାର ଥିଲେ ବିଚାରବନ୍ତ। ତେଣୁ ଠିକ୍ ମଜୁରି ମିଳିବା ନିଶ୍ଚିତ ଥିଲା। ସୁତରାଂ, ଲୋକେ ନିଷ୍ଠାର ସହିତ କାମ କଲେ।
କିନ୍ତୁ କିଛି ଲୋକ ଡେରିରେ ଆସିଲେ। ସେତେବେଳକୁ କାମ ଅଧା ସରିଯାଇଥିଲା। ସେଥିରେ ସେମାନେ ଯାହିତାହି କାମ କଲେ।
ସ˚ଧୢା ବେଳକୁ ମଜୁରି ବଣ୍ଟା ହେଲା। ଜମିଦାର ସମସ୍ତଙ୍କୁ ପାରିଶ୍ରମିକ ଦେଲେ। କିନ୍ତୁ, ସକାଳୁ ଆସି ସ˚ଧୢା ଯାଏଁ ପରିଶ୍ରମ କରିଥିବା ଲୋକେ ପାରିଶ୍ରମିକ ବଣ୍ଟାରେ ଖୁବ୍ ଅସନ୍ତୁଷ୍ଟ ହେଲେ। କାରଣ ସେମାନଙ୍କୁ ଯାହା ମଜୁରି ଦିଆଗଲା, ଅଧା କାମ କରିଥିବା ଲୋକଙ୍କୁ ମଧ୍ୟ ସେତିକି ମଜୁରି ଦିଆଗଲା।
ଏବେ ସେମାନେ ଦଳବଦ୍ଧ ହୋଇ ଜମିଦାରଙ୍କ ଆଗରେ ଏହି ଅନ୍ୟାୟର ପ୍ରତିବାଦ କଲେ।
ଜମିଦାର କହିଲେ- ଏହା ଆଦୌ ଅନ୍ୟାୟ ନୁହେଁ। ମୁଁ ଜାଣେ ସେମାନେ କାମରେ ଠକିଛନ୍ତି। କିନ୍ତୁ ମୋର ତୁମମାନଙ୍କୁ ପ୍ରଶ୍ନ ହେଲା, ତୁମେମାନେ ତୁମ କାମ ଲାଗି ଯେତିକି ପାରିଶ୍ରମିକ ପାଇବ ବୋଲି ଚୁକ୍ତି ହୋଇଥିଲା ସେତିକି ପାଇନାହଁ କି?
ସେମାନେ କହିଲେ- ତା’ ତ ଠିକ୍! କିନ୍ତୁ କାମ କରି ନ ଥିବା ଲୋକେ ମଧ୍ୟ ସେତିକି ପାଇଛନ୍ତି! ଏହା ଅନ୍ୟାୟ।
ଏହା ଶୁଣି ଜମିଦାର କହିଲେ- ନା, ତାହା ଅନ୍ୟାୟ ନୁହେଁ। ସମସ୍ୟାଟି ହେଲା, ତୁମେ ଅଳସୁଆଙ୍କ ସହିତ ନିଜର ତୁଳନା କରିବାରୁ ତୁମକୁ ଏମିତି ଲାଗୁଛି। କାରଣ ତୁମ ମନରେ ଈର୍ଷା ଜାତ ହେଉଛି। ତୁମେମାନେ ପରିଶ୍ରମୀ। ତୁମେମାନେ ଜୀବନରେ ଉନ୍ନତି କରିବ। ଅଳସୁଆମାନେ ତାହା କରି ପାରିବେ ନାହିଁ। ତାହା ହିଁ ତୁମ ପୁରସ୍କାର। କିନ୍ତୁ ତୁମେ ଯାହା ପାଇବା କଥା ତାହା ପାଇଥିବାରୁ ତୁମ ପ୍ରତି କୌଣସି ଅନ୍ୟାୟ ହୋଇ ନାହିଁ।
ଅନ୍ୟାୟ ହୋଇନାହିଁ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)