ଗୋଟିଏ ଗାଁରେ ଜଣେ ରାନ୍ଧୁଣିଆ ଥିଲେ। ତାଙ୍କର ହାତର ଯାଦୁ ଥିଲା ଅପୂର୍ବ। ସେ ଯାହା ରୋଷେଇ କରୁଥିଲେ, ତାହା ଅମୃତ ମଣୋହି ଭଳି ଲାଗୁଥିଲା। ତେଣୁ ଭୋଜିଭାତ ବେଳେ ଆଗେ ରାନ୍ଧୁଣିଆଙ୍କୁ ଖୋଜା ପଡୁଥିଲା।
ଥରେ ଜମିଦାର ତାଙ୍କ ଝିଅ ବାହାଘର ଭୋଜିରେ ରାନ୍ଧିବା ଲାଗି ରାନ୍ଧୁଣିଆଙ୍କୁ ଡାକିଲେ। ଭୋଜିରେ ଏକ ରାଜକୀୟ ତରକାରିର ବ୍ୟବସ୍ଥା ଥିଲା। ତେବେ, ସେ ଦିନଟି ରାନ୍ଧୁଣିଆଙ୍କ ଲାଗି ଖରାପ ଥିଲା। କେମିତି କେଜାଣି ସେଇ ତରକାରିଟି ପୋଡ଼ିଗଲା। ରାନ୍ଧୁଣିଆ ଏ କଥା ଜାଣିଲା ବେଳକୁ ବହୁତ ଡେରି ହୋଇଯାଇଥିଲା। ତଥାପି ସେ ନିଜର ସବୁ ବିଦ୍ୟା ବୁଦ୍ଧି ଖଟାଇ ତରକାରିଟିକୁ ବାଗେଇବାକୁ ଉଦ୍ୟମ କଲେ। କିନ୍ତୁ, ତାହା ସ˚ଭବ ହେଲା ନାହିଁ। ଏହା ରାନ୍ଧୁଣିଆଙ୍କୁ ଏତେ ଖରାପ ଲାଗିଲା ଯେ ସେ ଗ୍ଳାନି ଜର୍ଜରିତ ହୋଇ ରୋଷେଇ ସରିବା ମାତ୍ରକେ ଗାଁ ଛାଡ଼ି କୁଆଡ଼େ ଚାଲିଗଲେ। ଏବ˚ ସେ ଦିନ ଜମିଦାରଙ୍କ ଭୋଜି ମାରା ଗଲା।
ତା’ ପରେ ରାନ୍ଧୁଣିଆ ଅନେକ ଦୂରରେ ଅନ୍ୟ ଏକ ଗାଁରେ ରହିଲେ। ସେଠାରେ ବି ତାଙ୍କର ନାମ ଡାକ ହୋଇଗଲା। ସେଠାରେ ମଧୢ ଲୋକେ ତାଙ୍କୁ ଖୋଜିଲେ। ଜମିଦାରଙ୍କ ତରକାରି ପୋଡ଼ି ଦେଇଥିବା ଜନିତ ଗ୍ଳାନି ବି ସେ ଭୁଲିଯିବାକୁ ବସିଲେ। ଅନେକ ବର୍ଷ ପରେ ଦିନେ ସେ ସ୍ଥିର କଲେ ନିଜ ଗାଁକୁ ଫେରିଯିବେ।
କିନ୍ତୁ ତାଙ୍କର ଜଣେ ବିଚକ୍ଷଣ ବନ୍ଧୁ ତାଙ୍କୁ ଏଭଳି କରିବାକୁ ମନା କଲେ। ରାନ୍ଧୁଣିଆ ଜଣକ ଏହାର କାରଣ କ’ଣ ବୋଲି ଜାଣିବାକୁ ଚାହିଁବାରୁ ସେଇ ବନ୍ଧୁ ନିଜ ପୁଅକୁ ରାନ୍ଧୁଣିଆଙ୍କ ପୁରୁଣା ଗାଁକୁ ପଠାଇ ରାନ୍ଧୁଣିଆଙ୍କ ବିଷୟରେ ଗାଁ ଲୋକଙ୍କୁ ପଚାରିବାକୁ କହିଲେ।
ସେ ଦିନ ସ˚ଧୢାରେ ପୁଅ ଫେରି ଆସି କହିଲା- ମଉସା, ଆପଣ ସେଠାରେ ଏତେ ବର୍ଷ କାଳ ଏତେ ସୁନ୍ଦର ରୋଷେଇ କରି ଆସିଥିଲେ, ଅଥଚ ମୁଁ ଆପଣଙ୍କ ବିଷୟରେ ଯାହାକୁ ବି ପଚାରିଲି ସେ ଆପଣଙ୍କ ପୋଡ଼ା ତରକାରି କଥା କହିଲା।
ବନ୍ଧୁ କହିଲେ- ଭାଇ ଶୁଣ, ଦୁର୍ନାମ ଅମର ରହେ।
ଅମର ଦୁର୍ନାମ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)