ଗୋଟିଏ ଜନପଦରେ ନୂଆ ମନ୍ଦିରଟିଏ ତିଆରି ଲାଗି ସ୍ଥାନୀୟ ବାସିନ୍ଦା ଚାହିଁଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ ହେଲା। କିଛି ଲୋକ ଏକାଠି ଦାନ-ଦକ୍ଷିଣା ସ˚ଗ୍ରହରେ ଲାଗିଲେ। ଜଣେ ଏକ ପ୍ରସ୍ତାବ ଦେଲେ। ସେ ଅନୁଯାୟୀ ଘୋଷଣା କରାଗଲା- ଯିଏ ସବୁଠାରୁ ଅଧିକ ଦାନ ଦେବେ, ତାଙ୍କ ନାମ ଦାତା ତାଲିକାର ସର୍ବାଗ୍ରେ ରହିବ। ମନ୍ଦିର କାନ୍ଥରେ ଅଲିଭା ଅକ୍ଷରରେ ତାଲିକାକୁ ସ୍ଥାନ ଦିଆଯିବ। ସର୍ବାଗ୍ରେ ନିଜ ନାମ ଦେଖିବାକୁ କିଛି ଦାତା ଅଧିକରୁ ଅଧିକ ଦାନ ଦେବାକୁ ଲାଗିଲେ। ଦାନ ଦେବା ପାଇଁ ଏକରକମ ପ୍ରତିଯୋଗିତା ଚାଲିଲା। ଉଦ୍ୟୋକ୍ତାମାନେ ବିଶେଷ ଭାବେ ଉତ୍ସାହିତ ହେଲେ। କିନ୍ତୁ, ଜନପଦର ସବୁଠାରୁ ବିତ୍ତଶାଳୀ ବଣିକ କିଛି ଦେଉ ନ ଥାଆନ୍ତି! ଉଦ୍ୟୋକ୍ତାମାନେ ବିସ୍ମିତ ହେଲେ। ସେମାନେ ଯାଇ, ତାଙ୍କ ପାଖରେ ପହଞ୍ଚିଲେ। ବଣିକ ଜଣକ ମନ୍ଦିର ନିର୍ମାଣ ଓ ଘୋଷଣା ଆଦି ବାବଦରେ ଅବଗତ ଥିବା ଜଣାଇଲେ। ସବୁଠାରୁ ଅଧିକ ଅର୍ଥ ଦାନ ଦେବାକୁ ବି କହିଲେ। ହେଲେ, ସର୍ତ୍ତଟିଏ ରଖିଲେ- ତାଲିକା ଶୀର୍ଷରେ ଯେପରି ତାଙ୍କର ନାମ ନ ରହେ।

Advertisment

ଏହାର କାରଣ କ’ଣ ବୋଲି ଉଦ୍ୟୋକ୍ତାମାନେ ପଚାରନ୍ତେ ସେ କହିଲେ- ତାଲିକାର ଶୀର୍ଷରେ ନିଜର ନାମ ଦେଖିବା ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନ ପ୍ରକୃତରେ ଯଶଃ କାମନା ଚରିତାର୍ଥ ପାଇଁ। ତାହା ଦାନ ପର୍ଯ୍ୟାୟଭୁକ୍ତ ନୁହେଁ। ଯେଉଁମାନେ ବିନା ପ୍ରତିଭାରେ ଯଶ ଚାହାଁନ୍ତି, ସେମାନେ ଏଭଳି ଉପାୟର ସାହାଯ୍ୟ ନେଇ ପାରନ୍ତି। କିନ୍ତୁ ଏହା ଏକ ପ୍ରବଞ୍ଚନା ମାତ୍ର।