ଜଣେ ଯୁବକ ଜୀବନକୁ ନିରର୍ଥକ ମନେ କରି ଆତ୍ମହତ୍ୟା କରିବାକୁ ବାହାରିଲା। ସେ ଏକ ପାହାଡ଼ ଉପରକୁ ଚଢ଼ି ଯାଇ ସମୁଦ୍ର ଭିତରକୁ ଡିଆଁ ମାରିଲା। ପାଣିରେ ପଡ଼ି ଦୁଇ ଚାରି ଥର ଉବୁଟୁବୁ ହୋଇଛି କି ନାହିଁ, ତାକୁ କିଛି ଲୋକଙ୍କ ହାତ ଉଦ୍ଧାର କଲା। ଆତ୍ମହତ୍ୟା କରିବାକୁ ଚାହୁଁଥିବା ଯୁବକ ମୃତ୍ୟୁର ସାମ୍‌ନା କଲା ପରେ ତା’ ମୁଣ୍ତରୁ ଆତ୍ମହତ୍ୟା କରିବାର ଭୂତ ଓହ୍ଲାଇ ଗଲା। କିନ୍ତୁ ଯେତେବେଳେ ସେ ଜାଣିଲା ଯେ ତାକୁ ଉଦ୍ଧାର କରିଥିବା ଜାହାଜ ଜଳଦସ୍ୟୁଙ୍କର ଏବ˚ ସେମାନେ ତାକୁ କ୍ରୀତଦାସ ଭାବେ ବିକ୍ରି କରିବାକୁ ଚାହାନ୍ତି ତା’ର ମନ ପୁଣି ଦୁଃଖରେ ଭରିଗଲା। ସେ ମନେ ମନେ କହିଲା- ହେ ଈଶ୍ବର, ମହରଗରୁ ଆଣି କାନ୍ତାରରେ ପହଞ୍ଚାଇଲ?
ଜଳଦସ୍ୟୁଙ୍କ ଜାହାଜରେ ବନ୍ଦୀ ଭାବେ ଦୟନୀୟ ସ୍ଥିତିରେ କିଛି ଦିନ ଯାତ୍ରା କଲା ପରେ ଆସିଲା ଭୀଷଣ ଝଡ଼। ଯୁବକର ହାତ ଜାହାଜରେ ଶିକୁଳି ଦ୍ବାରା ବନ୍ଧା ହୋଇଥିଲା। ଝଡ଼ରେ ଜାହାଜ ଭାଙ୍ଗିଯିବା ପରେ ଯେଉଁ ପଟାରେ ସେ ବନ୍ଧା ହୋଇଥିଲା, ତାହା ଭାସିବାକୁ ଲାଗିଲା। ତେଣୁ ସେ ମଧ୍ୟ ଭାସି ବୁଲିଲା। ସେ ମନେ ମନେ ଭାବିଲା- ହାୟ ଈଶ୍ବର କଅଣ ତୋର ଇଚ୍ଛା? ଆହୁରି କଅଣ ଦେଖିବାକୁ ବାକି ଅଛି?
ଦୁଇ ଦିନ ଏମିତି ଭାସିବା ପରେ ପଟାଟି ଲାଗିଲା କୂଳରେ। ସେତିକି ବେଳକୁ ସେ ସ˚ଜ୍ଞାହୀନ ଥିଲା। କିନ୍ତୁ ବିଭିନ୍ନ ପ୍ରକାର ବାଜାର ଶବ୍ଦରେ ତା’ର ଚେତା ଆସିଲା। ସେ ଦ୍ବୀପର ଲୋକେ ପର˚ପରା ଅନୁସାରେ ଜଣେ ରାଜାଙ୍କ ଅନୁସନ୍ଧାନରେ ବାହାରି ସମୁଦ୍ର କୂଳରେ ପହଞ୍ଚିଥିଲେ ଏବ˚ ସମୁଦ୍ର କୂଳରେ ଯାହାକୁ ପ୍ରଥମେ ଦେଖିଲେ ତାକୁ ରାଜା ଭାବେ ବରଣ କଲେ। ଯୁବକଟି ଏବେ ଦ୍ବୀପର ରାଜା ହୋଇଗଲା। କିନ୍ତୁ ରାଜା ହେବାର ପର ଦିନ ସେ ଶୁଣିଲା ଯେ ସେ ଦ୍ବୀପର ନିୟମ ଅନୁଯାୟୀ ପ୍ରତି ରାଜାଙ୍କ ମୁଣ୍ତ ବର୍ଷକ ପରେ ଛେଦନ କରାଯାଇ ନୂଆ ରାଜା ଖୋଜାଯାଏ। ଏଥର ସେ ରାଜା ଭାବେ ପ୍ରଥମେ ସେଇ ନିୟମକୁ ବଦଳାଇଲା। ବର୍ଷକ ପରେ ସେ ରାଜପଦ ହରାଇଲା ସତ କିନ୍ତୁ ସାଧାରଣ ବ୍ୟକ୍ତି ଭାବେ ଜିଇଲା। ତା’ ଲାଗି ଜୀବନକୁ ନିରର୍ଥକ ଭାବିବାର ଆଉ କୌଣସି କାରଣ ନ ଥିଲା।