ଥରେ ଗୌତମ ବୁଦ୍ଧ ଏକ ଜନପଦରେ ପହଞ୍ଚିଲେ। ତାଙ୍କ ଠାରୁ କିଛି ଅମୃତ ବଚନ ଶୁଣିବା ଲାଗି ନଗରବାସୀଙ୍କ ମନରେ ଉଚ୍ଚାଟ ଜାତ ହେଲା। ଜଣେ ବ୍ୟକ୍ତି ସକାଳୁ ବୁଦ୍ଧଙ୍କ ନିକଟକୁ ବାହାରିବାକୁ ସ୍ଥିର କଲେ। ଅଥଚ ଦେଖିଲେ ଯେ ତାଙ୍କ ଶଗଡ଼କୁ ଭିଡୁଥିବା ବଳଦ ଦୁଇଟି ଭିତରୁ ଗୋଟିଏ ପଘା ଛିଣ୍ଡାଇ କୁଆଡ଼େ ପଳାଇଛି। ସୁତରାଂ, ସେ ବଳଦକୁ ଖୋଜିବାକୁ ବାହାରି ଗଲେ।
ଦିନ ତମାମ ନ ଖାଇ ନ ପିଇ ବଳଦକୁ ଖୋଜି ଅପରାହ୍ଣରେ ତାକୁ ପାଇ ଘରକୁ ଫେରିଲେ ଏବଂ ବୁଦ୍ଧଙ୍କ ବାଣୀକୁ ଶୁଣିବା ଲାଗି ଉଚ୍ଛନ୍ନ ହୋଇ ସେମିତି କ୍ଷୁଧାତୁର ଭାବେ ଚାଲିଗଲେ। ସେ ଯାଇ ବୁଦ୍ଧଙ୍କ ନିକଟରେ ବସିଗଲେ।
ବୁଦ୍ଧ ତାଙ୍କର ମୁହଁକୁ ଦେଖି ସବୁ କିଛି ବୁଝି ପାରିଲେ। ତେଣୁ କଥା ବନ୍ଦ କରି ପ୍ରଥମେ ତାଙ୍କ ଲାଗି ଭୋଜନର ବ୍ୟବସ୍ଥା କଲେ। ବୁଦ୍ଧ ଆଗରୁ କେବେ ହେଲେ ସେଭଳି କରି ନ ଥିଲେ। ତେଣୁ ବୁଦ୍ଧଙ୍କ ଶିଷ୍ୟମାନେ ଚକିତ ହେଲେ। ସେମାନେ ଏହାର କାରଣ ପଚାରିଲେ।
ବୁଦ୍ଧ କହିଲେ- କାରଣ ଅତି ସାଧାରଣ। ମୁଁ କୃଚ୍ଛ୍ର ସାଧନା କରି ଯେଉଁ ଅନୁଭୂତି ପାଇଛି, ତାହା ହେଲା ମନ ସହଜ ଓ ଶାନ୍ତ ନ ଥିଲେ କୌଣସି ଉପଲବ୍ଧି ହାସଲ କରିବା ସମ୍ଭବ ନୁହେଁ। ତେଣୁ ପ୍ରଥମେ ଏହାଙ୍କ ମନ ଶାନ୍ତ ହେବା ଉଚିତ, ଯାହା କ୍ଷୁଧିତ ଉଦର ଦ୍ବାରା ସମ୍ଭବ ନୁହେଁ।
ବୁଦ୍ଧ ଥିଲେ ମଧ୍ୟମ ମାର୍ଗ ଏବଂ ସହଜ ମାଧ୍ୟମର ପ୍ରବର୍ତ୍ତକ। ବୁଦ୍ଧଙ୍କ ଏହି ଆଭିମୁଖ୍ୟ ତାଙ୍କ ଜୀବିତାବସ୍ଥାରେ ତାଙ୍କ ପନ୍ଥାକୁ ଉଦାର ଏବଂ କଠୋରତାଶୂନ୍ୟ କରି ଅଧିକ ଗ୍ରହଣୀୟ କରିଥିଲା।
ବୁଦ୍ଧଙ୍କ ମାର୍ଗ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)