ଇହୁଦୀଙ୍କ ପଥ ପ୍ରଦର୍ଶକ ମୋଜେସ୍ କୁଆଡ଼େ ଈଶ୍ବରଙ୍କ ସହିତ କଥାବାର୍ତ୍ତା କରି ପାରୁଥିଲେ। ମୋଜେସଙ୍କୁ ମୁସା ବୋଲି ମଧ୍ୟ ସଂବୋଧନ କରାଯାଏ।
ଥରେ ଜଣେ ଅତି ଧନୀ ଲୋକ ମୁସାଙ୍କୁ କହିଲେ- ମୁସା, ମୁଁ ଶୁଣୁଛି େଯ ଆପଣ ଈଶ୍ବରଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଏଥର ଦେଖା ହେଲେ କହିଦେବେ ଯେ ମୋତେ ସେ ବହୁତ କିଛି ଦେଲେଣି, ଯାହା ମୋ ଯୋଗ୍ୟତାରୁ ବଳି। ଆଉ ମୋତେ କିଛି ଦିଅନ୍ତୁ ନାହିଁ।
ମୁସା ହଁ ବୋଲି କହି ଚାଲିଗଲେ।
ବାଟରେ ଜଣେ ଦରିଦ୍ର ଲୋକ ଦେଖା ହେଲା। ସେ ମଧ୍ୟ କହିଲେ- ମୁସା ମୁଁ ଶୁଣିଲି ଯେ ଆପଣ ଭଗବାନଙ୍କ ସହିତ କଥା ହୁଅନ୍ତି! ତାଙ୍କୁ କହିବେ ଯେ ଜୀବନ ଯାକ ତ କିଛି ଦେଲେନାହିଁ! ଏବେ ଅନ୍ତତଃ କିଛି ଦିଅନ୍ତୁ!
ଏହା ପରେ କିଛି ଦିନ ବିତିଗଲା। କିନ୍ତୁ ଏ ଦୁଇ ଜଣଙ୍କ ଭିତରୁ କାହାର କିଛି ହେଲେ ବଦଳିଲା ନାହିଁ। ଧନୀ ଲୋକ ସବୁ କିଛି ପାଇ ଚାଲିଲେ, ଦରିଦ୍ର ସେମିତି ଦରିଦ୍ର ହୋଇ ପଡ଼ି ରହିଲେ।
ଦିନେ ସେମାନେ ମୁସାଙ୍କୁ ପଚାରିଲେ- ମୁସା, ଆମ କଥା କହିଲ ନାହିଁ କି?
ମୁସା କହିଲେ- କହିଲି। ହେଲେ ଈଶ୍ବର କହିଲେ କ’ଣ କରିବା କହ, ସେହି ଧନୀ ଲୋକ ମୂଳରୁ ଯାହା ପାଇଛି, ସେଥିରେ ଏତେ ସନ୍ତୁଷ୍ଟ ହୋଇ କୃତଜ୍ଞତା ଜଣାଇ ଚାଲିଛି ଯେ ତାକୁ ନ ଦେଇ ମୋର ଚାରା ନାହିଁ। ସେ ମନା କଲେ ବି ତା’ ଲାଗି ଧାର ଛୁଟୁଛି। ମୁଁ ତାହା ବନ୍ଦ କରି ପାରୁନାହିଁ। କିନ୍ତୁ ଦରିଦ୍ର ଲୋକଟି ଯାହା ବି ପାଇଛି, ସେଥି ଲାଗି କେବେ ହେଲେ କୃତଜ୍ଞତା ନ ଜଣାଇ କେବଳ ମୁହଁ ଶୁଖାଇ କହି ଚାଲିଛି ଯେ କିଛି ମିଳିଲା ନାହିଁ। ତେଣୁ ତା’ ପାଖକୁ େମା ଆଶୀର୍ବାଦର ଧାର ଛୁଟି ପାରୁନାହିଁ।
ତେଣୁ ମୂଳ କଥା ହେଲା ଯାହା ପାଇଛ ତାକୁ ନେଇ ସନ୍ତୁଷ୍ଟ ହୋଇ କୃତଜ୍ଞତା ଜଣାଅ। ତାହା ହେଲେ ଆଶୀର୍ବାଦର ଧାରା ଛୁଟିବ।
ମୁସାଙ୍କ କାହାଣୀ
କଥାଟିଏ-ଯାଯାବର