ଜଣେ ବିଶିଷ୍ଟ ରାଜନେତା ଓ ତାଙ୍କ ଦଳ ଦୀର୍ଘ କାଳ ଧରି ଶାସନ ଗାଦିରେ ରହିବା ପରେ ନିର୍ବାଚନରେ ହାରିଗଲେ ଏବ˚ ବିରୋଧୀ ଦଳରେ ରହିଲେ। ରାଜନେତା ଜଣକ ଥିଲେ ଜ୍ଞାନୀ ଏବ˚ ଦକ୍ଷ ନେତା। କିନ୍ତୁ ଦେଖାଗଲା ଯେ ବିରୋଧୀ ଦଳରେ ରହିବା ପରେ ସେ ପୂରା ନିରବ ହୋଇଗଲେ। ଶାସକ ଦଳର କାର୍ଯ୍ୟକଳାପକୁ ଜଗି ବସି ଭୁଲ୍ ଭଟକା ହେଲା ମାତ୍ରକେ ତମ୍ବି ତୋଫାନ କରିବା ନେଇ ବିରୋଧୀ ଦଳର ଯେଉଁ ଭୂମିକା, ତାହା ସେ ନିର୍ବାହ କଲେ ନାହିଁ ଏବ˚ ସେଥିପ୍ରତି ବୀତସ୍ପୃହ ରହିଲେ। ତେଣୁ ସ୍ବାଭାବିକ ଭାବେ କ୍ରମେ ଦଳ ଉପରେ ତାଙ୍କର କର୍ତ୍ତୃୃତ୍ବ ଖସିଗଲା ଏବ˚ ସେ ଏହାକୁ ବିଶେଷ ଗୁରୁତ୍ବ ଦେବା ଭଳି ଲାଗିଲା ନାହିଁ। ସେ ରାଜନୀତିରୁ ପ୍ରାୟତଃ ସନ୍ନ୍ୟାସ ନେଲା ଭଳି ସ୍ଥିତି ହୋଇଗଲା।
ସମସ୍ତେ ଭାବିଲେ ଯେ ବହୁ ବର୍ଷ ଧରି ଶାସନରେ ରହିଥିବା ହେତୁ ସେ ବିରୋଧୀ ଦଳରେ ରହି କେମିତି ବ୍ୟବହାର କରିବେ ସେ ବିଷୟରେ ବୁଝିପାରୁନାହାନ୍ତି। କ୍ରମେ ସେ ସାଧାରଣ ଜୀବନରୁ ଅପସରି ଗଲେ। ତାଙ୍କୁ ଲୋକେ ଭୁଲିଗଲେ। ଅନେକ ବର୍ଷ ପରେ ତାଙ୍କ ନାତି ତାଙ୍କୁ ଥରେ ପଚାରିଲା- ଜେଜେ, ତୁମେ ଏତେ ବର୍ଷ ଶାସନ ଗାଦିରେ ରହିଲ। ଦଳକୁ ଏତେ ଭଲ ନେତୃତ୍ବ ଦେଲ। ଅଥଚ ଥରେ ନିର୍ବାଚନରେ ହାରିବା ପରେ କ’ଣ ହେଲା ଯେ ତୁମର ସବୁ କଳା ଚାଲିଗଲା?
ସେ ଧୀର ଭାବେ କହିଲେ- ଅନେକ ବର୍ଷ ଶାସନରେ ଥିଲି ବୋଲି ତ ଏମିତି ହେଲା। କାରଣ ଶାସନରେ ଥିବା ବେଳେ ଜାଣିଥିଲି ଶାସକର ଜୋତାର କଣ୍ଟା କେଉଁଠି ଫୋଡ଼ିହୁଏ, କେଉଁଠି ଲହୁଲୁହାଣ କରିପକାଏ। ବିରୋଧୀ ହେବା ପରେ ସେ କଥା ଭୁଲିଯିବା ମୋ ଲାଗି ସମ୍ଭବ ହେଲା ନାହିଁ। ବିରୋଧୀ ଦଳରେ ରହି ମୁଁ ଶାସକ ଦଳକୁ ସମାଲୋଚନା କଲେ ହୁଏତ ମୋତେ ଲାଗିଥାଆନ୍ତା ଯେ ମୁଁ ନିଜ ସହିତ କପଟାଚରଣ କରୁଛି। ମୋ ଶାସନ କାଳରେ ବିରୋଧୀମାନଙ୍କ ଆକ୍ରମଣ ଦେଖି ମୁଁ ଭାବୁଥିଲି ଏହା ଅଯଥାର୍ଥ। ତେଣୁ ଏବେ ବିରୋଧୀ ଦଳରେ ଥାଇ ମୁଁ ସେମିତି କରିପାରନ୍ତି କି?
ରାଜନେତାଙ୍କ ଅବସର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)