ଭାରତର ଜଣେ ଅଧୢାପକ ଚୀନ ଯାଇଥିଲେ। ସେଠାରେ ଜଣେ ଚୀନା ଅଧୢାପକ ବନ୍ଧୁଙ୍କ ସହିତ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ସଭାକୁ ଯିବାର ଥିଲା। କୌଣସି କାରଣରୁ ବିଳମ୍ବ ହୋଇଯାଇଥିଲା। ତେଣୁ ଚୀନା ଅଧୢାପକ ଜଣକ ବେଶ୍ ବ୍ୟସ୍ତ ହୋଇ ଗାଡ଼ି ଚଳାଉଥାଆନ୍ତି। ବାଟରେ ଗୋଟିଏ ସ୍ଥାନରେ ନାଲି ବତିର ସିଗନାଲ ଯୋଗୁଁ ତାଙ୍କୁ ଅଟକିବାକୁ ହେଲା।
ସେତିକି ବେଳକୁ ରାସ୍ତାରେ କେହି ନ ଥିଲେ। ଭାରତୀୟ ଅଧୢାପକ କହିଲେ- ବନ୍ଧୁ, ରାସ୍ତାରେ ତ କେହି ନାହାନ୍ତି। ଆପଣ ଗାଡ଼ି ଚଲାଇ ନେଉ ନାହାନ୍ତି କାହିଁକି? ଆମର ପରା ବିଳମ୍ବ ହୋଇଯାଉଛି! ଚୀନା ଅଧୢାପକ ଜିଭ କାମୁଡ଼ିଲେ। ସବୁଜ ବତି ଜଳିବା ପରେ ଗାଡ଼ି ଚାଲିଲା।
ସେଇ ସ˚ଧୢାରେ ଭାରତୀୟ ଅଧୢାପକ ଚୀନା ବନ୍ଧୁଙ୍କୁ କହିଲେ- ଆପଣମାନେ ବେଶ୍ ଶୃଙ୍ଖଳିତ ଦେଖୁଛି। ଆମ ଦେଶରେ ଏଭଳି ସ୍ଥିତିରେ ବହୁତ କମ୍ ଲୋକେ ନିୟମ ମାନିଥାଆନ୍ତେ!
ଚୀନା ଅଧୢାପକ କହିଲେ- ଆପଣଙ୍କ କଥା ଶୁଣିଥିଲେ ମୋତେ ଜେଲକୁ ଯିବାକୁ ହୋଇଥାଆନ୍ତା। ଆମର ଏଠି ସବୁ କାମ ଉପରେ ପୁଲିସର ଆଖି। ଛାଟର ଭୟ ଅଛି, ତେଣୁ ବାଟରେ ନ ରହି ଉପାୟ ନାହିଁ।
ତା’ ପରେ ଚୀନା ଅଧୢାପକ କହିଲେ- କିନ୍ତୁ ଆମେ ଶୃଙ୍ଖଳିତ ବୋଲି ମୁଁ ବିଚାର କରେନା। କାରଣ ମୁଁ ଜର୍ମାନି ଯାଇଥିବା ବେଳେ ଶୃଙ୍ଖଳା ବୋଇଲେ କ’ଣ ତାହା ଦେଖିଛି। ଜର୍ମାନିରେ ନିଶାର୍ଦ୍ଧରେ ଟ୍ୟାକ୍ସିରେ ଯାଉଥିବା ବେଳେ ଜନଶୂନ୍ୟ ରାସ୍ତାରେ ଆମ ଡ୍ରାଇଭର ନାଲିବତି ଦେଖି ଗାଡ଼ିକୁ ଗୋଟିଏ ମିନିଟ ଧରି ଅଟକାଇ ରଖିଲେ। ମୁଁ ତାଙ୍କୁ କହିଲି- କେହି ତ ନାହାନ୍ତି, ଚାଲୁ ନାହାନ୍ତି କାହିଁକି? କ’ଣ ପୁଲିସର ଭୟ?
ସେ କହିଲେ- ନା, ନା ଏବେ ପୁଲିସ କାହାନ୍ତି? ନିୟମ ମାନିବା ତ ମୋ କାମ।
ପୁଲିସର ଭୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)