ସୁଫି ସନ୍ଥ ଫିରୋଜଙ୍କ ପାଖକୁ ଥରେ ବୁଲି ଆସିଲେ ତାଙ୍କର ଜଣେ ବନ୍ଧୁ। ବନ୍ଧୁ ଥିଲେ ଦୃଷ୍ଟିହୀନ। ଫିରୋଜଙ୍କ ସହିତ ଗପସପ କରୁ କରୁ ସ˚ଧୢା ହୋଇଗଲା। ଦୃଷ୍ଟିହୀନ ବ୍ୟକ୍ତି ନିଜ ଘରକୁ ଫେରିବା ଲାଗି ବାହାରିଲେ। ଅମାବାସ୍ୟା ରାତି। ଦୃଷ୍ଟିହୀନ ବନ୍ଧୁ କେମିତି ଫେରିବେ ସେ ନେଇ ଫିରୋଜ ବ୍ୟସ୍ତ ହୋଇପଡ଼ିଲେ। ସେ ଗୋଟିଏ ଶିକାରେ ଦୀପଟିଏ ବାନ୍ଧିଦେଇ ବନ୍ଧୁଙ୍କୁ ଧରାଇଦେଇ କହିଲେ- ୟାକୁ ସାଙ୍ଗରେ ଧରି ଯାଅ। ଅସୁବିଧା ହେବନି।
ଦୃଷ୍ଟିହୀନ ବନ୍ଧୁ ହସିଲେ ଓ କହିଲେ- ମୋ ଲାଗି ଦୀପର କୌଣସି ଆବଶ୍ୟକତା ନାହିଁ। ମୁଁ ଅନ୍ଧାରରେ ଏମିତି ଚାଲିଯିବି। କାରଣ ମୋ ଲାଗି ଆଲୁଅ ଓ ଅନ୍ଧାର ଉଭୟ ସମାନ।
ଫିରୋଜ କହିଲେ- ବନ୍ଧୁ, ମୁଁ ତୁମକୁ ଏଇଟି ଦେବାର କାରଣ ହେଲା ଏହା ଧରିଥିଲେ ବିପରୀତ ଦିଗରୁ ଆସୁଥିବା ଯେ କେହି ତୁମକୁ ଦେଖି ପାରି‌େବ। ସେ ତୁମ ସହିତ ବାଡ଼େଇ ହେବ ନାହିଁ।
ଏହାର କିଛି ଦିନ ପରେ ପୁଣି ସେଇ ଦୃଷ୍ଟିହୀନ ବ୍ୟକ୍ତି ଫିରୋଜଙ୍କ ଘରୁ ଫେରିବା ବେଳକୁ ରାତି ହୋଇଯିବାରୁ ଫିରୋଜ ତାଙ୍କୁ ପୂର୍ବ ଭଳି ଦୀପଟିଏ ଧରାଇ ଦେଲେ।
ବନ୍ଧୁ କହିଲେ- ଫିରୋଜ, ମୁଁ ଏହା ନେବି ନାହିଁ। କାରଣ ତୁମ କଥା ମାନି ମୁଁ ଗତ ଥର ଏହାକୁ ନେଇ ଯାଇଥିଲି ସିନା, ବାଟରେ ଜଣେ ଲୋକ ମୋ ସହିତ ଧକ୍କା ହେଲେ। ମୁଁ ପଚାରିଲି- ଏ ଦୀପର ଆଲୋକ ବି କ’ଣ ଆପଣଙ୍କୁ ଦିଶୁନାହିଁ?
ସେ କହିଲେ- ଆପଣ ବୋଧହୁଏ ଜାଣି ପାରୁନାହାନ୍ତି ଯେ ଆପଣଙ୍କ ଦୀପଟିି ଲିଭି ଯାଇଛି!