ଥରେ ଶିକ୍ଷକ କହିଲେ ମୋ ଠାରୁ ଗପଟିଏ ଶୁଣ।
ଥରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗଙ୍କ ଭିତରେ ଆଲୋଚନା ଚାଲିଲା ଯେ କିଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଯଦିଓ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଏଥିରେ ଭାଗ ନେଲେ ତଥାପି ଶେଷରେ ସମସ୍ତେ ମାନିଲେ ଯେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଲେ ଚାରିଟି। ସେଗୁଡ଼ିକ ହେଲେ ମସ୍ତିଷ୍କ, ହୃତ୍ପିଣ୍ତ, ବୃକ୍କ ଏବ˚ ଫୁସ୍ଫୁସ୍।
ତେବେ ଏମାନଙ୍କ ଭିତରୁ କିଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସେ କଥା ପଡ଼ିଲା। ଏଥର ଚାରି ଜଣ ଯାକ ନିଜ ନିଜ ପକ୍ଷରେ ଯୁକ୍ତି ରଖିବା କଥା। ମସ୍ତିଷ୍କ ଥିଲା ସବୁଠାରୁ ଅଧିକ ବୁଦ୍ଧିମାନ। ତେଣୁ ତାକୁ କୁହାଗଲା ଯେ ସେ ସବା ଶେଷରେ କହିବ। ତେଣୁ ଯେତେବେଳେ ସମସ୍ତଙ୍କ ପାଳି ସରିଲା ମସ୍ତିଷ୍କ କହିବା ଆରମ୍ଭ କଲା। ସେ କହିଲା- ମୁଁ ସମସ୍ତଙ୍କ କଥା ଶୁଣିଲି। ସମସ୍ତେ ନିଜ ନିଜ ପକ୍ଷ ବେଶ୍ ଭଲ ଭାବେ ଉପସ୍ଥାପନ କଲେ। ଏହା ବି ସତ ଯେ ଆମ ଚାରି ହେଉଛନ୍ତି ଶରୀର ଚାଲିବା ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଆମେ ସମସ୍ତେ ଗୋଟିଏ କଥା ଭୁଲିଗଲେ। ସେଇ କଥାଟି ହେଲା ରକ୍ତ। ରକ୍ତ ଶରୀର ଭିତରେ ସବୁ ଜାଗାରେ ଅଛି। ଆମେ ଚାରି ଯଦି ରକ୍ତ ନ ପାଇବା ତେବେ କାମ କରି ପାରିବା ନାହିଁ। ସେଥିପାଇଁ ହୃତ୍ପିଣ୍ତ ଲାଗିଛି ସବୁଆଡ଼କୁ ରକ୍ତ ପଠାଇବାରେ। ବୃକ୍କ ଲାଗିଛି ରକ୍ତକୁ ପରିଷ୍କାର କରିବାରେ। ତେଣୁ ଆମେ କେହି ନୁହେଁ, ରକ୍ତ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଥଚ ଆମେ ତା’ କଥା ଭୁଲିଗଲେ।
ଆମ ଜୀବନରେ ଏବେ ସେମିତି ହିଁ ଦେଖାଯାଉଛି। ଯେଉଁମାନେ ନିଜକୁ ବଡ଼ ବୋଲି କହୁଛନ୍ତି ଏବଂ ଯୁକ୍ତି ଦ୍ବାରା ତାହା ପ୍ରତିପାଦନ ମଧ୍ୟ କରି ପକାଉଛନ୍ତି, ସେମାନେ ନେପଥ୍ୟରେ ରହି ସେମାନଙ୍କ କାର୍ଯ୍ୟକୁ ସଫଳ କରୁଥିବା ଚରିତ୍ରମାନଙ୍କୁ ଭୁଲି ଯାଉଛନ୍ତି। େତଣୁ ବିଚାର କରିବା କଥା ଯେ ପ୍ରକୃତ ଶ୍ରେୟର ଅଧିକାରୀ କିଏ?
ବଡ଼ କିଏ?
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)