ଜଣେ ଅତି ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କ ପାଖରେ ଥିଲା କିଛି ଅତି ବିରଳ ଓ ପ୍ରାଚୀନ ଗ୍ରନ୍ଥ। ସେସବୁକୁ ସେ କୋଟିନିଧି ଭଳି ଅତି ଯତ୍ନରେ ରଖିଥିଲେ। ଜଣେ ସୌଦାଗର ଜାଣିପାରିଲେ ଯେ ଜ୍ଞାନୀ ବ୍ୟକ୍ତିଙ୍କ ପାଖରେ ଯେଉଁ ପୁସ୍ତକ ସବୁ ଅଛି ତାହା ଅତି ବିରଳ। ତାକୁ କିଣି ଆଣି ଅଧିକ ମୂଲ୍ୟରେ ବିକ୍ରି କରିବା ଲାଗି ସେ ଚିନ୍ତା କଲେ। ତେଣୁ ସେ ଜ୍ଞାନୀ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ନିଜର ଅଭିଳାଷ ଜଣାଇଲେ ଏବଂ ଯେତେ ମୂଲ୍ୟ ମାଗିଲେ ବି ତାହା ଦେବାକୁ ପ୍ରତିଶ୍ରୁତି ଦେଲେ।
ଜ୍ଞାନୀ ବ୍ୟକ୍ତି କହିଲେ- ଆଜ୍ଞା, ମୁଁ ସେସବୁ ଦେଇ ପାରିବି ନାହିଁ। କାରଣ ମୋ ଲାଗି ସେ ସବୁ ଅମୂଲ୍ୟ।
ଏହା ଶୁଣୁଥିଲା ବିଦ୍ବାନଙ୍କ ଏକମାତ୍ର ପୁଅ। ସେ ମନେ ମନେ ଭାବିଲା ବାପା, ସତରେ ନିହାତି ବୋକା! ଏଇ ପୁରୁଣା ବହି କିଛି ବିକି ଦେଲେ ଅନେକ ଅର୍ଥ ମିଳିବ! ବାପା ସେମିତି କରୁନାହାନ୍ତି କାହିଁକି?
ତେଣୁ ଥରେ ବାପାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ବହି ତକ ସୌଦାଗରଙ୍କୁ ବିକି ଦେଲା।
କିଛି ଦିନ ପରେ ଜ୍ଞାନୀ ବ୍ୟକ୍ତି ଘରେ ପହଞ୍ଚି ଖାଲି ବହି ଥାକ ଦେଖି ତଟସ୍ଥ ହୋଇଗଲେ। କିନ୍ତୁ ଏହା କାହାର କାମ, ତାହା ଶୀଘ୍ର ଜଣା ପଡ଼ିଗଲା।
କିନ୍ତୁ ସମସ୍ତଙ୍କୁ ବିସ୍ମିତ କରି ଜ୍ଞାନୀ ବ୍ୟକ୍ତି ଟିକିଏ ହସିଦେଲେ ଏବଂ ସୌଦାଗରଙ୍କ ନିକଟକୁ ଚାଲିଲେ। ସୌଦାଗର ତାଙ୍କୁ ଦେଖି ପ୍ରମାଦ ଗଣି କହିଲେ- ମୁଁ ପ୍ରଚୁର ଅର୍ଥ ଦେଇ ଗ୍ରନ୍ଥତକ କିଣି ସାରିଛି! ଆଉ ଫେରସ୍ତ ଦେବି ନାହିଁ।
ଜ୍ଞାନୀ ବ୍ୟକ୍ତି କହିଲେ- ସେ ନେଇ ମୋର ଆଉ କୌଣସି ଯାଏଆସେ ନାହିଁ। ମୁଁ ଯେଉଁଭଳି ପୁତ୍ରର ବାପା ସେ ମୋ ଅନ୍ତେ ପୁସ୍ତକଗୁଡ଼ିକର କି ଦଶା କରନ୍ତା, ମୁଁ ଏବେ ବୁଝି ପାରୁଛି। ତେଣୁ ମୋ ପାଖରୁ ସେ ସବୁ ଆପଣଙ୍କ ନିକଟକୁ ଚାଲିଯିବା ଭଲ ହୋଇଛି। ଏବେ ଯେଉଁମାନେ ଏହି ପୁସ୍ତକର ଗୁଣ ବୁଝନ୍ତି, ସେମାନେ ଆପଣଙ୍କ ଠାରୁ ବହୁ ମୂଲ୍ୟ ଦେଇ କିଣିବେ ଏବଂ େସ ସବୁର ଯତ୍ନ ନେବେ।
ବହିର ମୂଲ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)