ଥରେ ଜଣେ ଯୁବକ ସିଦ୍ଧି ପାଇବା ନିମନ୍ତେ ଗୁରୁଙ୍କ ଠାରୁ ମନ୍ତ୍ର ଗ୍ରହଣ କଲା ଏବ˚ ଗୁରୁଙ୍କ ଆଜ୍ଞାନୁସାରେ ଦିନ ରାତି ତାକୁ ଜପିବାରେ ଲାଗିଲା। ଗୁରୁ କହିଲେ- ଅନେକ ଦିନ ଜପିଲା ପରେ ତୁମେ ଫଳ ଅବଶ୍ୟ ପାଇବ। କିନ୍ତୁ ବହୁତ ଦିନ ପରେ ଯେତେବେଳେ ଯୁବକକୁ ଲାଗିଲା ଯେ କିଛି ଲାଭ ମିଳୁନାହିଁ, ସେ ଯାଇ ଗୁରୁଙ୍କୁ ତାହା ଜଣାଇଲା।
ଜଣେ ଲୋକ ଗୋଟିଏ ଶୁଆ ପାଳିଥିଲେ। ଶୁଆଟି ଥିଲା ତାଙ୍କର ଅତି ପ୍ରିୟ। ତାଙ୍କୁ ମନରେ ଥରେ ଭୟ ପଶିଲା ଯେ କାଳେ ଏତେ ସୁନ୍ଦର ଶୁଆକୁ କୌଣସି ବ୍ୟାଧ ଧରିନେଇଯିବ ବା ମାରିଦେବ। ତେଣୁ ସେ ଗୋଟିଏ ଉପାୟ ପାଞ୍ଚି ତାଙ୍କୁ ଗୋଟିଏ ଗୁରୁମନ୍ତ୍ର ଶିଖାଇଦେଲେ। ସବୁ ଦିନ ସକାଳୁ ସେ ଶୁଆକୁ ଘୋଷଇଲେ- ତଳେ ବ୍ୟାଧର ଜାଲ। ସାବଧାନ। ତା’ ଉପରେ ବସ ନାହିଁ। ନଚେତ୍ ତୁମକୁ ବ୍ୟାଧ ମାରିଦେବ।
ଶୁଆ ଏଇ ଚାରି ଧାଡ଼ିକୁ ଘୋଷିଲା ଏବ˚ ସଦାବେଳେ ତାକୁ ଗାଇ ବୁଲିଲା। ଯେତେବେଳେ ପାଳକଙ୍କ ମନରେ ବିଶ୍ବାସ ଜନ୍ମିଲା ଯେ ଏଣିକି ଶୁଆଟି ନିରାପଦ, ସେ ସବୁ କଥା ଶିଖିଯାଇଛି ତାକୁ ସେ ମୁକ୍ତ କରିଦେଲେ ଏବ˚ କହିଲେ ଯାଆ ଆନନ୍ଦରେ ବୁଲ ଏବ˚ ସନ୍ଧ୍ୟାରେ ଘରକୁ ଫେରି ଆସିବୁ।
ଶୁଆ ତା’ର ଘୋଷା ଧାଡ଼ିକ ଗାଇ ଆନନ୍ଦରେ ଉଡ଼ିଗଲା। କିନ୍ତୁ ସନ୍ଧ୍ୟାରେ ସେ ଯେତେବେଳେ ଫେରିଲା ନାହିଁ ଶୁଆର ପାଳକଙ୍କ ମନରେ ଛନକା ପଶିଲା। ସେ ଜଙ୍ଗଲ ଆଡ଼କୁ ଚାଲିଲେ। ଶୁଆର ପତ୍ତା ନ ଥିଲା। କିଛି ସମୟ ପରେ ଜଣେ ଜଙ୍ଗଲିଆ ପିଲା ତାଙ୍କୁ କହିଲା- ଆଜ୍ଞା ଶୁଆଟିଏ ଆସିଥିଲା। ଏଠି ସେ ବ୍ୟାଧର ଜାଲ ଉପରେ ନ ବସିବା ଲାଗି କହି ବୁଲୁଥିଲା। କିନ୍ତୁ ଦେଖ, ସେ ନିଜେ ଯାଇ ଜାଲରେ ବସିଲା ଏବ˚ ବ୍ୟାଧ ତାକୁ ନେଇ ଗଲା ବେଳେ ବି ସେ ସେଇ ମନ୍ତ୍ର ଘୋଷି ହେଉଥିଲା।
ଗପଟି କହିସାରି ଶିକ୍ଷକ କହିଲେ- ଅର୍ଥ ନ ବୁଝି େଘାଷୁଥିବା ପିଲାମାନେ ସେଥି ଲାଗି ପଛକୁ ଦୁର୍ବଳ ପଡ଼ିଯାଆନ୍ତି।
ଶୁଆର ସତର୍କ ବାଣୀ
କଥାଟିଏ-ଯାଯାବର