ଘୋର ଜଙ୍ଗଲ ଭିତରେ ରାଜା ଓ ମନ୍ତ୍ରୀ ଯାଉଥିଲେ। ବାଟରେ ଦେଖା ହେଲେ ଜଣେ ସାଧୁ।
ରାଜାଙ୍କ ମନରେ ସାଧୁସନ୍ଥଙ୍କ ପ୍ରତି ଶ୍ରଦ୍ଧା ଥିଲା। ସେ ଦାନ ଧର୍ମ ବି କରୁଥିଲେ। ସାଧୁଙ୍କୁ ଦେଖି ସେ ଘୋଡ଼ାରୁ ଓହ୍ଲାଇ ପଚାରିଲେ- ବାବା, କ’ଣ ଚାହଁ? କୁହ ଦେବି।
ସାଧୁ କେବଳ ହସିଦେଲେ ଏବଂ ଆଗକୁ ଚାଲିଲେ। ରାଜା କହିଲେ- ମୁଁ ଏ ରାଜ୍ୟର ରାଜା। ତୁମେ ଯାହା କହିବ ତାହା ଦେବି। କୁହ କ’ଣ ଦରକାର।
ସାଧୁ କହିଲେ- ତୁମେ ଏେତ କଟାଳ କଲଣି ବୋଲି ମୁଁ ମାଗୁଛି। ମୋତେ ହଳେ କଠଉ ଆଣି ଦିଅ।
ରାଜା କହିଲେ- ଏ ଜଙ୍ଗଲ ଭିତରେ କଠଉ ପାଇବି କାହୁଁ?
ସାଧୁ କହିଲେ- ମୁଁ ତ କିଛି ହେଲେ ମାଗୁ ନ ଥିଲି। କେବଳ ତୁମେ ଜିଦି କଲ ବୋଲି କହିଲି! କଠଉ ଭଳି ଏକ ସାମନ୍ୟ ଜିନିଷ ବି ଦେଇ ପାରିବ ନାହିଁ?
ରାଜା କହିେଲ- ଦେଇ ପାରିବି। ହେଲେ ଏ ଜଙ୍ଗଲ ଭିତରେ କେଉଁଠୁ ପାଇବି? ମୋ ସହିତ ରାଜଧାନୀକୁ ଚାଲ। ମନଲାଖି କଠଉର ବ୍ୟବସ୍ଥା କରିଦେବି।
ସାଧୁ କହିଲେ- ତା’ ମାନେ ତୁମେ ମୋେତ କେବେ ହେଲେ କଠଉ ଦେଇ ପାରିବ ନାହିଁ! କାରଣ ମୁଁ ଗନ୍ତବ୍ୟ ଅଲଗା, ରାଜଧାନୀ ନୁହେଁ। ତୁମେ ମୋତେ କଠଉ ହଳେ ଦେଇ ପାରିଲ ନାହିଁ, ତେଣୁ ମନେ ରଖ; ରାଜା ହେଲେ ବି ତୁମ କ୍ଷମତା ଅତି ସୀମିତ। ତେଣୁ ତାକୁ ବିଚାରରେ ରଖ। ଏହା ପରେ ସାଧୁ ଉପରକୁ ହାତ ଦେଖାଇ କହିଲେ- ପ୍ରକୃତରେ ଦେଲା ବାଲା କେବଳ ସେହି। ସେ ମୋତେ ସବୁ ଦେଇଛି। ସେ କେବେ ପଚାରେ ନାହିଁ କ’ଣ ଦେବି? ଯାହା ଦରକାର ବୋଲି ସେ ବୁଝେ ତାହା ମୋତେ ଆପେ ଦେଇଥାଏ। ସତ କହିଲେ ମୋର ଏବେ କଠଉ ଦରକାର ନାହିଁ। କେବଳ ତୁମକୁ ପ୍ରକୃତ କଥା ବୁଝାଇବା ଲାଗି ମାଗିଥିଲି। ମୋର କଠଉ ଦରକାର ହେଲେ ସେ ମୋତେ ଆପେ ଦେବ।
ସେ ମୋତେ ଦେବ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)