ପ୍ରଫେସର ମହାଶୟଙ୍କ ଜୋତା ଛିଣ୍ଡିଗଲା। ବିଶ୍ବବିଦ୍ୟାଳୟ ଫାଟକ ସାମନାରେ ନିୟମିତ ବସୁଥିବା ମୋଚି ନିକଟରେ ସେ ପହଞ୍ଚିଲେ। ମୋଚି କହିଲା- ଜୋତା ମରାମତି ହୋଇ ପୁଣି ବ୍ୟବହାର ଯୋଗ୍ୟ ହେବାକୁ ଲାଗିଯିବ ପ୍ରାୟ ଜିନି ଘଣ୍ଟା। ତେଣୁ ଅପେକ୍ଷା କରିବାକୁ ହେବ। ପ୍ରଫେସରଙ୍କ ନିକଟରେ ସମୟ ନ ଥିଲା।
ସେ କହିଲେ- ମୁଁ ତରତରରେ ଅଛି। ଯେମିତି ହେଉ ଶୀଘ୍ର କାମ ସାରିଦିଅ।
ମୋଚି କହିଲା- ଆଜ୍ଞା, ଯାହା କଲେ ବି ଅନ୍ତତଃ ପକ୍ଷେ ଦୁଇ ଘଣ୍ଟାରୁ ଅଧିକ ସମୟ ଳାଗିବ। ତେବେ ଗୋଟିଏ କାମ କରାଯାଇପାରେ। ମୁଁ ହଳେ ଚପଲ ମରାମତି କରି ରଖିଛି। ଆପଣ ତାକୁ ପିନ୍ଧି କାମରେ ଯାଆନ୍ତୁ। କାମ ସରିଲେ ତାକୁ ଫେରସ୍ତ ଦେଇ ନିଜ ଜୋତା ହଳକ ନେଇଯିବେ।
ପ୍ରଫେସର ମହାଶୟଙ୍କ ଭାବ ବଦଳିଗଲା। ସେ କହିଲେ- ନୂଆ ଚପଲ ରଖିଛ ଯଦି ଦିଅ। ଆଉ କାହାର ଚପଲ ମୁଁ ବ୍ୟବହାର କରିବି? ଅସମ୍ଭବ।
ମୋଚି ହସିଲା। ସେ କହିଲା- ଆଜ୍ଞା, ଆପଣ ତ ପରର ଜୋତା କେବେ ଠାରୁ ପିନ୍ଧୁଛନ୍ତିି? ପୁଣି ଏବେ ଅରାଜି କାହିଁକି?
ପ୍ରେଫସର ହତବାକ୍ ହୋଇ କହିଲେ- ମୁଁ ପରର ଜୋତା ବ୍ୟବହାର କରୁଛି?
ମୋଚି କହିଲା- ଭୁଲ୍ ବୁଝିବେ ନାହିଁ। ଆପଣ ଯେଉଁ ଜ୍ଞାନ ବହନ କରି ଏଠି ପିଲାମାନଙ୍କୁ ପଢ଼ାଉଛନ୍ତି, ତାହା ତ ଅନ୍ୟମାନଙ୍କ ଜ୍ଞାନ। ଆପଣ ପଢ଼ି ଶୁଣି ସେ ଜ୍ଞାନ ପାଇଛନ୍ତି। ତାହା ତ ଆପଣଙ୍କ ଜ୍ଞାନ ନୁହେଁ?
ପ୍ରଫେସର ଟିକିଏ ଦବି ଗଲେ। ସତରେ ବୃଦ୍ଧ ମୋଚି କି ଅପୂର୍ବ ଜ୍ଞାନ ଦେଲା ନାହିଁ ସତେ?
ଅନ୍ୟର ଜୋତା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)