ଜଣେ ପଣ୍ଡିତ ଥିଲେ। ସେ ଥିଲେ ଅତ୍ୟନ୍ତ କ୍ଷଣକୋପୀ। ସେ ସର୍ବଦା ଚିଡ଼ିଚିଡ଼ି ହେଉଥିଲେ।
ଥରେ ସ˚ଯୋଗବଶତଃ ପଣ୍ଡିତ ଜଣେ ତରୁଣୀଙ୍କୁ ଭେଟିଲେ ଏବ˚ କିଛି ଦିନ ଭିତରେ ସେ ତାକୁ ବିବାହ ମଧୢ କଲେ। ପ୍ରଥମେ ତ ନବ ବିବାହିତ ପଣ୍ଡିତ ଖୁସି ମନରେ ରହିଲେ, କିନ୍ତୁ ପ୍ରକୃତିି କି ସହଜେ ଛାଡ଼େ? କିଛି ଦିନ ପରେ ତାଙ୍କ ରୂପ ବାହାରିଲା। ସେ କଥା କଥାକେ ସ୍ତ୍ରୀଙ୍କୁ ରାଗିଲେ। କାମରେ ଟିକିଏ ଭୁଲ୍ ହେଲେ ସେ ରାଗି ଅଗ୍ନିଶର୍ମା ହୋଇଯାଉଥିଲେ।
କିନ୍ତୁ ପଣ୍ଡିତଙ୍କ ପତ୍ନୀ ଜଣେ ଅସାଧାରଣ ନାରୀ ଥିଲେ। ସେ ସିନା ସ୍ବାମୀଙ୍କ ପରି ଧୢାନ, ଯୋଗ, ତତ୍ତ୍ବ ଆଲୋଚନା ଆଦି ବିଷୟରେ କିଛି ଜାଣି ନ ଥିଲେ, କିନ୍ତୁ ସେ ଥିଲେ ଅସମ୍ଭବ ଭାବେ ଧୈର୍ଯ୍ୟଶୀଳା ଏବ˚ ସହନଶୀଳା। ପଣ୍ଡିତ ମହାଶୟ ଯେତେ କ୍ରୋଧର ବଶବର୍ତ୍ତୀ ହେଲେ ବି ସେ ଉଁ କି ଚୁଁ କରୁ ନ ଥିଲେ। ସବୁ ସେମିତି ଶୁଣି ଯାଉଥିଲେ। ଏମିତି ଦିନ ଗଡ଼ି ଚାଲିଲା। ଦିେନ ପଣ୍ଡିତଙ୍କ ଭାବାନ୍ତର ଆସିଲା। ସେ ଭାବିଲେ- ଏତେ କହିବା ସତ୍ତ୍ବେ ତାଙ୍କ ପାଟିରୁ ଶବ୍ଦଟିଏ ବାହାରୁ ନାହିଁ। ଏମିତି ଏକତରଫା ଗାଳି କରି ନିଜକୁ କଷ୍ଟ ଦେଉଛି କିଆଁ?
ତେଣୁ ପଣ୍ଡିତ ଚୁପ ରହିଲେ। ରାଗକୁ ନିୟନ୍ତ୍ରଣ କଲେ। ଏମିତି କିଛି ଦିନରେ ପତ୍ନୀ କହିଲେ- ତୁମେ ଆଉ ରାଗୁନାହଁ କାହିଁକି?
ପଣ୍ଡିତ କହିଲେ- ରାଗିବି କାହାକୁ? ତୁମେ ତ ପାଣି ଭଳି ଶୀତଳ ରହିଲ! ତୁମକୁ ରାଗିବାରେ ଆଉ ରସ ମିଳିଲା ନାହିଁ।
ପତ୍ନୀ ହସିଲେ- ଯାହା ହେଉ ତୁମେ ବଦଳି ଗଲ। ମୁଁ ଯଦି ତୁମ ରାଗରେ ନିଆଁ ହୋଇଯାଇଥାନ୍ତି, ତେବେ ନିଆଁକୁ ନିଆଁ ମିଶି ଆମ ସଂସାରକୁ ଜାଳିପୋଡ଼ି ଦିଅନ୍ତା। ତେଣୁ ଜଣେ ନିଆଁ ହେଲେ ଆଉ ଜଣେ ଜଳ ହେବା ଦରକାର। ତାହା ହେଲେ ସଂସାର ଚାଲିବ।
ନିଆଁ ଓ ଜଳ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)