ପ୍ରସିଦ୍ଧ ଜେନ୍‌ ଗୁରୁ ବାନ୍‌କେଙ୍କ ନିକଟକୁ ଆସିଲା ଜଣେ ତରୁଣ। ସେ କହିଲା- ମୋ‌େତ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
ବନେ୍‌କେ କହିଲେ- ଫେରିଯାଅ।
ଯୁବକ ଘରକୁ ବାହୁଡ଼ିଗଲା। କିଛି ଦିନ ପରେ ପୁଣି ଆସିଲା। ପୁଣି ବାନ୍‌କେ କହିଲେ- ଫେରିଯାଅ।
ଏମିତି ବାରମ୍ବାର ହେବା ପରେ ଯୁବକ ପଚାରିଲା- ମୋ‌େତ ବାରମ୍ବାର ଘରକୁ ଫେରିଯିବାକୁ କହୁଛନ୍ତି କାହିଁକି?
ବାନ୍‌କେ କହିଲେ- ସେମିତି କଥା କୁହନାହିଁ। କେବେ ହେଲେ କହିବ ନାହିଁ ଯେ ମୁଁ ଏୟା କହୁଛି। ତୁମେ କୁହ ଯେ ଆପଣ ଯାହା କହୁଛନ୍ତି ସେଥିରୁ ମୁଁ ଏହା ବୁଝୁଛି।
ଯୁବକଟି କହିଲା- ତେବେ ଆପଣ କ’ଣ କହୁଛନ୍ତିି ଓ ମୁଁ କ’ଣ ବୁଝୁଛି?
ବାନ୍‌କେ କହିଲେ- ମୁଁ କହୁଛି ଫେରିଯାଅ।
ଯୁବକ ଏଥର ଅଟକି ଗଲା ଏବଂ ପଚାରିଲା- କୁଆଡ଼େ?
ବାନ୍‌କେ ଏଥର ମୃଦୁ ହସି କହିଲେ- ଭିତରକୁ ଆସ।
ଯୁବକ କହିଲା- ଆପଣ ଯାହା କହୁଛନ୍ତି, ସେଥିରୁ ମୁଁ କ’ଣ ଏହା ବୁଝିବି ଯେ ଆପଣ ମୋତେ ଭିତରକୁ ଡାକୁଛନ୍ତି?
ବାନ୍‌କେ କହିଲେ- ତୁମେ ଜାଣ!
ଯୁବକ କହିଲା- ଏଥିରୁ ମୁଁ କ’ଣ ବୁଝିବି?
ବାନ୍‌କେ କହିଲେ- ତୁମେ ଜାଣ।
ଯୁବକ କେବଳ ବଲବଲ ହୋଇ ବାନ୍‌କେଙ୍କ ମୁହଁକୁ ଚାହିଁ ରହିଲା।