ଜଣେ ଯୁବକ ଗୋଟିଏ ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ବହୁତ ପରିଶ୍ରମ କରି ବାରମ୍ବାର ପରୀକ୍ଷାରେ ବସିଲେ ମଧୢ ସଫଳ ହୋଇପାରିଲେ ନାହିଁ। ତେଣୁ ଶେଷରେ ସେ ହତୋତ୍ସାହିତ ହୋଇଗଲେ ଓ ଗଭୀର ବିଷାଦ ଭିତରେ ବୁଡ଼ିଗଲେ। ଭଗବାନଙ୍କ ଉପରୁ ତାଙ୍କର ଭରସା ଉଠିଗଲା। ପରିଶ୍ରମର ଯେ ଫଳ ମିଳେ ଏ ଆପ୍ତ ବାକ୍ୟ ଉପରୁ ବିଶ୍ବାସ ହରାଇଲେ।
ଏମିତି ଅବସ୍ଥାରେ ତାଙ୍କ ସ˚ସ୍ପର୍ଶରେ ଆସିଲେ ଗୁରୁ ୟୁଜି କୃଷ୍ଣମୂର୍ତ୍ତି ବା ୟୁଜିକେ। ୟୁଜିକେ ତାଙ୍କୁ ଅନେକ ଉପଦେଶ ଦେଲେ। ଅନେକ ଗଳ୍ପ କହିଲେ। ଅନେକ ଉଦାହରଣ ଦେଲେ। କିଛି ଦିନ ଭିତରେ ଯୁବକ ପୁଣି ଉତ୍ସାହରେ ଭରି ଉଠିଲେ ଏବ˚ ପୁଣି ତାଙ୍କର ଉଦ୍ୟମ ଆରମ୍ଭ କଲେ। ତେବେ, ଦିନେ ଯୁବକ ସଫଳ ହେଲେ।
ୟୁଜିକେ ଦେଇଥିବା ଯେଉଁ ଦୁଇଟି କଥା ଯୁବକଙ୍କ ମାନସିକତାକୁ ବଦଳାଇଥିଲା, ତାହା ଥିଲା ଏମିତି। ୟୁଜିକେ କହିଥିଲେ- ଗଛକୁ ବାରମ୍ବାର ହାଣି ଦିଆଯାଉଥିଲେ ବି ସେ କିଛି ଦିନ ପରେ ତା’ର ଶାଖାପ୍ରଶାଖା ମେଲାଇ ବଢ଼ିଥାଏ। ତୁମେ ତାକୁ ହାଣି ପକାଇଲ ବୋଲି ସେ ମରି ଯାଏନାହିଁ। ଗଛ ଯଦି ପ୍ରାଣାନ୍ତକ ଆଘାତ ସହି ମୃତ୍ୟୁ ପର୍ଯ୍ୟନ୍ତ ବଢ଼ିବା ବନ୍ଦ କରୁନାହିଁ, ତୁମେ ଯୁବକ ବୟସରେ ଟିକିଏ ଆଘାତରେ ବଢ଼ିବା ଛାଡ଼ିଦେଲ!
ଦ୍ବିତୀୟ କଥାଟି ହେଲା ୟୁଜିକେଙ୍କ ଗୋଟିଏ ଗପ। ଜଣେ ବ୍ୟକ୍ତି ବନଶୀ ପକାଇ ସାରା ଦିନ ବସିଲା ଅଥଚ ମାଛ ପାଇଲା ନାହିଁ। ସେ ହତାଶ ହୋଇ ଘରକୁ ଫେରିବା ବାଟରେ ଜଣେ ତ୍ରିକାଳଦ୍ରଷ୍ଟା ସାଧୁଙ୍କୁ ତା’ର ହାତ ଦେଖାଇ ଭବିଷ୍ୟତ୍ ଜାଣିବାକୁ ଚାହିଁଲା। ସାଧୁ କହିଲେ- ଆଉ ମୁହୂର୍ତ୍ତେ ବନଶୀ ପକାଇ ବସିଥିଲେ ବଡ଼ ମାଛଟିଏ ପାଇଥାଆନ୍ତୁ। ଏହାର ଅର୍ଥ ସୌଭାଗ୍ୟ କେତେବେଳେ ଆସିବ କହିହେବ ନାହିଁ। ତେଣୁ ନିରନ୍ତର ଉଦ୍ୟମ ଜାରି ରଖ।
ଦୁଇଟି ଉପଦେଶ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)