ଗୋଟିଏ ଗାଁକୁ ବେଢ଼ି ରହିଥିଲା ନଦୀଟିଏ। ନଦୀ ପାର୍ ହେଲେ ଅନ୍ୟ ଜାଗାକୁ ଯାଇ ହୁଏ। ପ୍ରତିଦିନ ଦୁଇ ଜଣ ଲୋକ ପ୍ରାୟ ଗୋଟିଏ ସମୟରେ ନଈ କୂଳରେ ପହଞ୍ଚି ନଈ ପାର୍ ହୁଅନ୍ତି। ଜଣେ କୂଳରେ ପହଞ୍ଚିବା ପରେ ପୋଷାକ ବଦଳାଇ ନଈ ଭିତରକୁ ଡେଇଁପଡ଼େ ଓ ପହଁରି ପହଁରି ପାର୍ ହୁଏ। ଅନ୍ୟ ଜଣକ ଈଶ୍ବର ଭକ୍ତ। ସେ କୂଳରେ ଛିଡ଼ା ହୋଇ ନିବିଷ୍ଟ ଚିତ୍ତରେ ଭଗବାନଙ୍କୁ ଡାକେ। କିଛି ସମୟ ପରେ ଡଙ୍ଗାଟିଏ ଆସେ। ସେ ସେଥିରେ ନଈ ପାର୍ ହୁଏ।
ଦିନେ ନଈରେ ବନ୍ୟା ଆସିଲା। ନଈ କୂଳରେ ପହଞ୍ଚିଥିବା ପହଁରାଳି ସେ ଦିନ ବି ପହଁରି ପହଁରି ପାର୍ ହେବାର ଉଦ୍ୟମ କଲା। କିନ୍ତୁ ତା’ର ବଳ ପାଇଲା ନାହିଁ। ସେ ବୁଡ଼ିଗଲା ବେଳକୁ ଦେଖିଲା ଅନ୍ୟ ଲୋକଟି ଯେଉଁ ଡଙ୍ଗାରେ ପାର୍ ହୁଏ, ତାହା ତା’ ପାଖରେ ଭାସୁଛି। ସେ ତା’ ଉପରକୁ ଚଢ଼ିଗଲା ଏବ˚ କୌଣସିମତେ କୂଳରେ ପହଞ୍ଚିଗଲା।
ସେ ଦିନ ଅନ୍ୟ ଲୋକଟି ଯେତେ ପ୍ରାର୍ଥନା କଲେ ବି ଡଙ୍ଗା ଆସିଲା ନାହିଁ। ସେ ଦିନ ରାତିରେ ଭଗବାନ ତାକୁ ସ୍ବପ୍ନରେ ଦେଖାଦେଇ କହିଲେ- ବାବୁରେ ଡଙ୍ଗା କାହିଁକି ଆସିଲା ନାହିଁ ବୋଲି ମନ କଷ୍ଟ କରିଛୁ କି? ଶୁଣ, ମୋ’ ପାଖରେ ଗୋଟିଏ ଡଙ୍ଗା ଥିଲା। ତାହା ମୁଁ ତୋ’ ପାଖକୁ ସବୁଦିନ ପଠାଉଥିଲି। କାରଣ ପହଁରାଳିଟି ନିଜ ଚେଷ୍ଟାରେ ତାହା ପାର୍ ହେଉଥିଲା। କିନ୍ତୁ ସେ ଦିନ ଯେତେବେଳେ ସେ ହାଲିଆ ହୋଇଗଲା, ମୋତେ ଲାଗିଲା ଯେ ତା’ର ପରିଶ୍ରମକୁ ସମ୍ମାନ ଜଣାଇ ମୁଁ ତା’ ପାଖରେ ଛିଡ଼ା ହୁଏ। ତେଣୁ ତା’ ପାଖକୁ ଡଙ୍ଗା ପଠାଇଦେଲି।
ଏହି ଗପଟି ବାପାଙ୍କ ଠାରୁ ଶୁଣି ପୁଅ ବୁଝିଗଲା ଏହାର ମର୍ମ କ’ଣ। ବାପା କହିବାକୁ ଚାହୁଁଥିେଲ ଯେ ପରିଶ୍ରମ କଲେ ଭଗବାନ ହିଁ ତୁମକୁ ସାହାଯ୍ୟ କରିବେ। ତେଣୁ ପରିଶ୍ରମ ହିଁ ମୂଳ।
ପରିଶ୍ରମ ହିଁ ମୂଳ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2023/05/sampadakiya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)