ମନ୍ତ୍ରୀଙ୍କଠାରୁ ଗପଟି ଶୁଣି ରାଜା ବୁଝିପାରିଲେ ନାହିଁ ଯେ କେମିତି ଜଣେ ଦରିଦ୍ର ଲୋକ, ଯିଏ କଠିନ ପରିଶ୍ରମ କଲେ କିଛି ଉପାର୍ଜନ କରେ, ଯାହାର ଖାଇବା ପିଇବା ଓ ରହିବାର ଠିକ ଠିକଣା ନାହିଁ, ନଈ କୂଳରେ ବସି ପବନ ଖାଇ ବ˚ଶୀ ବଜାଉଥିଲା ବୋଲି କେମିତି ସେ ସବୁଠାରୁ ସୁଖୀ ମଣିଷ ହେଲା?
ରାଜା ମନ୍ତ୍ରୀଙ୍କୁ କହିଲେ- ସେ ଲୋକ କଦାପି ସବୁଠାରୁ ସୁଖୀ ଲୋକ ନୁହେଁ। ସେମିତି ଜଣକୁ ମୋ ପାଖକୁ ଡାକ। ମୁଁ ନିଜେ ଦେଖେ।
ସୁତରାଂ, ସେମିତି ଦରିଦ୍ର ଅଥଚ ନଈ କୂଳରେ ବସି ପବନ ଖାଇ ବ˚ଶୀ ବଜାଉଥିବା ଗୋଟିଏ ଲୋକକୁ ଅଣାଗଲା। ରାଜ ତାକୁ ଦେଖି କହିଲେ- ନିର୍ବୋଧ, ସୁଖ କ’ଣ ତାହା ବୋଧେ ଜାଣିନାହୁଁ। ଏବେ ମୋ ରାଜ୍ୟରୁ କିଛି ନେ ଆଉ ରାଜା ହୋଇ ଅସଲ ସୁଖ କ’ଣ ତାହା ଜାଣ। ଯୁବକଟି ଏବେ ରାଜା ହୋଇଗଲା। ଆରାମରେ ରହିଲା। ଯାହା ଚାହିଁଲା ଖାଇଲା। ନରମ ଗଦିରେ ଶୋଇଲା। ହୁକୁମ ଦେବା ମାତ୍ରକେ ତା’ର କାମ ହୋଇଗଲା। ରାଜା ମନ୍ତ୍ରୀଙ୍କୁ କହିଲେ- ଏବେ ସେ ବୁଝିପାରୁଥିବ ଯେ ଅସଲ ସୁଖ ବୋଇଲେ କ’ଣ?
କିଛି ଦିନ ପରେ ଦିନେ ସକାଳେ ରାଜା ଖବର ପାଇଲେ ଯେ ନୂଆ ରାଜା କୁଆଡ଼େ ଚାଲିଯାଇଛନ୍ତି। ସେ ସାଙ୍ଗରେ କିଛି ନେଇ ନାହାନ୍ତି। ନିଜର ପୁରୁଣା ପୋଷାକ ପିନ୍ଧି ବ˚ଶୀଟି ଧରି ଚାଲିଯାଇଛନ୍ତି। ଗଲା ବେଳେ ଚିଠିରେ ଲେଖିଯାଇଛନ୍ତି- ଏଠି ସବୁ ପାଇଥିଲି, କିନ୍ତୁ ଶାନ୍ତି ନିଦ୍ରା ପାଇଲିନି। ତେଣୁ ଚାଲିଯାଉଛି।
ରାଜା ମନ୍ତ୍ରୀଙ୍କୁ କହିଲେ- ଏ ଲୋକ ହେଉଛି ଘୁଷୁରି। ୟାକୁ ପାଚିଲା କଦଳୀ ଭଲ ଲାଗିଲା ନାହିଁ।
ମନ୍ତ୍ରୀ କହିଲେ- ମହାରାଜ ଆପଣ ଶାନ୍ତିରେ ଶୋଇ ପାରୁଛନ୍ତି କି?
ରାଜା ମନ୍ତ୍ରୀଙ୍କୁ ବଲବଲ କରି ଚାହିଁଲେ?
ମନ୍ତ୍ରୀ କହିଲେ- ସୁଖ କ’ଣ ବୁଝିଥିବା ଲୋକ କିଛି ଚାହେଁ ନାହିଁ, କେବଳ ଶାନ୍ତି ନିଦ୍ରା ଚାହେଁ। କାରଣ ତାହା ହିଁ ତା’ର ସଂପଦ।
ଶାନ୍ତି ନିଦର ସଂପଦ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)