ଗୋଟିଏ ଅମାନିଅା ବଳଦ ଥିଲା। ତାକୁ ସାବାଡ଼ କରିବା ଲାଗି ତା’ର ମାଲିକ ଗୋଟିଏ ଛାଟ ରଖିଥିଲା। ସେ ଛାଟର ପାହାର ପଡ଼ିବା ମାତ୍ରକେ ବଳଦର ସାରା ଦେହରେ ଯନ୍ତ୍ରଣାର ତରଙ୍ଗ ବିଜୁଳି ଭଳି ଖେଳି ଯାଉଥିଲା। ତା’ ଅାଖିରୁ ଲୁହ ଝରି ଅାସୁଥିଲା। ତା’ର ଦୁଃଖ ଅାହୁରି ବଢ଼ି ଯାଉଥିଲା, ଯେତେବେଳେ ଛାଟଟି ଗହଗହ ହୋଇ ହସୁଥିଲା।
ବଳଦକୁ ଏହା ବହୁତ ବାଧୁଥିଲା। ସେ ନିଜର ଭାଗ୍ୟକୁ ଦୋଷ ଦେଉଥିଲା। ଦିନକର କଥା। ଦିନେ ପ୍ରଚୁର ପ୍ରହାର ଖାଇ ବଳଦ ସନ୍ଧ୍ୟାରେ ଗୁହାଳରେ ଭଗବାନଙ୍କୁ ତା’ର ଦୁଃଖ ଜଣାଉ ଜଣାଉ ଶୋଇ ପଡ଼ିଲା। ରାତି ଅଧରେ ସ୍ୱପ୍ନରେ ଭଗବାନ ଅାସିଲେ।
ବଳଦ ଭଗବାନଙ୍କ ଅାଗରେ ଭୋ ଭୋ ହୋଇ କାନ୍ଦି ପକାଇ କହିଲା ପ୍ରଭୁ, ମୋତେ ୟେ କି ଜନ୍ମ ଦେଲ? ମୁଁ ପ୍ରତିଦିନ ମୋ ଖାଉନ୍ଦଠାରୁ ମାଡ଼ ଖାଉଛି। ମୋ ଭାଗ୍ୟ ଖରାପ। ମୁଁ ଯେତେବେଳେ ମାଡ଼ ଖାଇ ଯନ୍ତ୍ରଣାରେ ଅସ୍ଥିର ହେଉଛି, ଛାଟ ବି ହସୁଛି। ମୋତେ ଏମିତି ଭାଗ୍ୟ କାହିଁକି ଦେଲ ପ୍ରଭୁ?
ସ୍ୱପ୍ନରେ ଭଗବାନ କହିଲେ- ବାବୁ ବଳଦ, ତୋ କଷ୍ଟର କାରଣ ହେଉଛୁ ତୁ ନିଜେ। ବାହାରୁ ଛାଟ ପଡ଼ିବ ନାହିଁ ବୋଲି ମୁଁ ସମସ୍ତଙ୍କୁ ସେମାନଙ୍କ ଅନ୍ତରରେ ଛାଟ ଦେଇଥାଏ। କିନ୍ତୁ ସମସ୍ତେ ସେ ଛାଟକୁ ବ୍ୟବହାର କରନ୍ତି ନାହିଁ। ସେ ଛାଟକୁ ଯିଏ ବ୍ୟବହାର କରିବ ତାକୁ ବାହାରୁ ଛାଟ ପଡ଼ିବ ନାହିଁ। ସେ ଛାଟ ହେଉଛି ବିବେକର ଛାଟ। ତୁ ବିବେକକୁ ଜାଗ୍ରତ କର। ବିବେକଠାରୁ ପାହାର ଖାଇ କାମରେ ଲାଗ। ସବୁ ଠିକ୍ ହୋଇଯିବ।
ପରଦିନ ସକାଳୁ ବଳଦର ବିବେକ ଜାଗି ଉଠିଥିଲା। ସେ ଅାଉ ଅମାନିଅା ହେଲା ନାହିଁ। ତା’ର ମାଲିକ ଏଣିକି ତାକୁ ମାରିଲା ନାହିଁ। ତା’ର ଛାଟଟି ଅପଚରା ହୋଇ ଘର କୋଣରେ ପଡ଼ି ରହିଲା।
ଅନ୍ତରର ଛାଟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)