ଜଣେ ଯୁବକ ଆସି ପହଞ୍ଚିଲା ସାଧୁଙ୍କ ପାଖରେ। ସେ କହିଲା- ମୁଁ ଘର ସ˚ସାର ପରିତ୍ୟାଗ କରି ଆପଣଙ୍କ ନିକଟକୁ ଆସିଛି। ମୁଁ ମାୟା ମୋହରେ ପଡ଼ିବାକୁ ଚାହୁଁନାହିଁ। ମୋତେ ଆପଣ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
ସାଧୁ ପଚାରିଲେ- ତୁମେ ବିବାହ କରିଛ କି?
ଯୁବକ କହିଲା- କିଛି ବର୍ଷ ହେଲା ବିବାହ କରିଛି। ମୋର ପୁତ୍ର ସନ୍ତାନଟିଏ ବି ଅଛି। ଘରେ ବାପା, ମାଆ, ଭାଇ, ଭଉଣୀ ଆଦି ଅଛନ୍ତି। କିନ୍ତୁ ମୁଁ ଦେଖୁଛି ସ˚ସାରରେ ମଜ୍ଜି ରହି କାଳ କାଟିବା ଅର୍ଥ ସମୟ ନଷ୍ଟ କରିବା। ମୁଁ ଆପଣଙ୍କ ଭଳି ହେବାକୁ ଚାହେଁ।
ସନ୍ନ୍ୟାସୀ କହିଲେ- ବାବୁରେ ମୁଁ ତ ମୂର୍ଖ। ତୋତେ ଶିଷ୍ୟ କରିବି କ’ଣ?
ଯୁବକ କହିଲା- ଆପଣଙ୍କ ଅଗାଧ ଜ୍ଞାନ ଥାଇ ବି ଆପଣ କାହିଁକି ନିଜକୁ ମୂର୍ଖ ବୋଲି କହୁଛନ୍ତି?
ସାଧୁ କହିଲେ- ବାବୁରେ ମୁଁ ଶିକ୍ଷା ଲାଭ କଲା ପରେ ସନ୍ନ୍ୟାସୀ ହୋଇଗଲି। ଗୃହସ୍ଥ ଆଶ୍ରମ ଭିତରକୁ ପଶିଲି ନାହିଁ। କିନ୍ତୁ ସେଥିଲାଗି ଜୀବନର ବହୁତ ମୂଲ୍ୟବାନ ଶିକ୍ଷା ପାଇଲି ନାହିଁ। ସ˚ସାର ଭିତରେ ରହିଲେ ତୁ ସ୍ନେହର ମୂଲ୍ୟ କ’ଣ ତାହା ବୁଝିବୁ। କର୍ତ୍ତବ୍ୟ ଓ ତ୍ୟାଗ କାହାକୁ କହନ୍ତି ସେ କଥା ବୁଝିବୁ ଓ କାମରେ କରି ଦେଖାଇବୁ। ମନରେ ଅନେକ ସମୟରେ କ୍ରୋଧ ଜାତ ହେଲେ ବି ପରିସ୍ଥିତିକୁ ସମ୍ଭାଳିବା ଲାଗି ତାକୁ ନିିୟନ୍ତ୍ରଣ କରିବା ଶିଖିବୁ। ଈର୍ଷା ଜାତ ହେଲେ କେମିତି ତା’ର ମୁକାବିଲା କରି ଚଳିବାକୁ ହୁଏ ବା ମନକୁ କେମିତି ପ୍ରବୋଧନା ଦେବାକୁ ହୁଏ ତାହା ଜାଣିବୁ। ସ˚ଯମ ଶିଖିବୁ, ସ˚ପର୍କର ଭାରସାମ୍ୟ ରକ୍ଷା କରିବାର ବାଗ ଶିଖିବୁ। ସଂସାର ହେଉଛି ଏକ ଜଙ୍ଗଲ ଏବଂ ଜଙ୍ଗଲରେ ରହିଲେ ପ୍ରାଣୀ ନିଜକୁ ଠିକ୍ ଭାବେ ଗଢ଼େ, ଶକ୍ତିଶାଳୀ ହୁଏ, ବିପଦର ମୁକାବିଲା କରି ବଂଚି ରହେ।
ତେଣୁ ସଂସାର ମଧ୍ୟ ଗୋଟିଏ ପୋଥି। ଏ ପୋଥି ଦୁର୍ଲଭ। ଏ ଶିକ୍ଷା କେଉଁ ପୁସ୍ତକରୁ ମିଳିବ ନାହିଁ। ଗୃହସ୍ଥ ଆଶ୍ରମରେ ରହିବା ଅର୍ଥ ଜୀବନ ବିଦ୍ୟାଳୟରୁ ବଞ୍ଚିବାର ଜ୍ଞାନ ହାସଲ କରିବା। ତେଣୁ ମୋ ପରାମର୍ଶ ମାନି ଏବେ ଯାଇ ସ˚ସାର ଚଳା ଏବ˚ ଠିକଣା ବେଳ ଆସିଲେ ସଂସାର ଚିଟା ଲାଗିଲେ ଯାଇ ସନ୍ନ୍ୟାସୀ ହେବା କଥା ଚିନ୍ତା କରିବୁ। ତା’ ପୂର୍ବରୁ ମୋଟେ ନୁହେଁ।
ସଂସାର ଓ ସନ୍ନ୍ୟାସ
କଥାଟିଏ-ଯାଯାବର